୨୦୪୦ ରେ ଆମେ ଚନ୍ଦ୍ରକୁ ଯିବୁ: ମହାକାଶଚାରୀ ଶୁଭ୍ରାଂଶୁ ଶୁକ୍ଳା
ଭୁବନେଶ୍ବର: ଭୁବନେଶ୍ବର ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ରେ ଛାତ୍ରଛାତ୍ରୀଙ୍କ ନିକଟରେ ମହାକାଶ ଯାତ୍ରାର ସଫଳ କାହାଣୀ ବଖାଣିଲେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ୧୮ ଦିନ ମହାକାଶରେ ରହି ଫେରିଛନ୍ତି ଶୁଭାଂଶୁ ଶୁକ୍ଳା। ଆଗଜିଏମ ୪ ମିସନ୍ ରେ ମହାକାଶ ଯାଇଥିଲେ ଶୁଭାଂଶୁ। ମହାକାଶରେ ଜୀବନଚର୍ଯ୍ୟା ଭିନ୍ନ ପ୍ରକାର ଥିଲା। ମହାକାଶରେ ଅନୁଭୂତି ଅତ୍ୟନ୍ତ ନିଆରା ବୋଲି କହିଛନ୍ତି ଶୁଭାଂଶୁ। ମୋ ମିଶନ ଗତବର୍ଷ ଅଗଷ୍ଟରେ ଆରମ୍ଭ ହେଲା। ଗଗନ ମିଶନ କାମ ଚାଲିଛି, ମୁଁ ସେଥିରେ ଏକ ଅଂଶ। ୨୦୪୦ ରେ ଆମେ ଚନ୍ଦ୍ରକୁ ଯିବୁ, ଏହି ଯୋଜନା ରହିଛି ବୋଲି ସେ ପ୍ରକାଶ କରିଛନ୍ତି। ମହାକାଶ ଗବେଷଣାରେ ପିଲାମାନେ ଆଗକୁ ବଢନ୍ତୁ ବୋଲି ଉପଦେଶ ଦେଇଛନ୍ତି।



