ବଡ଼ବିଲ ପୌରାଞ୍ଚଳରେ ଚାମ୍ପିଆନ ଟ୍ରଫି କ୍ରିକେଟ୍ ଟୁର୍ଣାମେଣ୍ଟ ଆୟୋଜିତ
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ରେ କ୍ରିକେଟ ର ମହକୁମ୍ଭ ସିଭମାର୍ବଲ ଚାମ୍ପୀୟାନ ଟ୍ରଫି କ୍ରିକେଟ୍ ଟୁର୍ଣାମେଣ୍ଟ ର ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ବଡ଼ବିଲ ପୌରାଞ୍ଚଳ ରେ ଥିବା ବିକାସ ମହଲ ଖେଳ ପଡିଆ ଠାରେ ଏହି କ୍ରିକେଟ୍ ମ୍ୟାଚ୍ ର ଶୁଭାରମ୍ଭ ହୋଇଯାଇଛି। ଏହି ଟୁର୍ଣାମେଣ୍ଟ ରେ ମୋଟ୍ ବାରଟି ଦଳ ଅଂଶ ଗ୍ରହଣ କରୁଥିବା ବେଳେ ଦୀର୍ଘ ସାତଦିନ ଧରି ଏହି ଖେଳ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଉଦ୍ଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବଡ଼ବିଲ ପୌରାଧିକାରି ଶ୍ରୀ ରମେଶ ଚନ୍ଦ୍ର ନାୟକ ଯୋଗ ଦେଇଥିବା ବେଳେ ବଡ଼ବିଲ ପୌରାଞ୍ଚଳ ର ସମସ୍ତ ପନ୍ଦର ଗୋଟି ୱାର୍ଡର ୱାର୍ଡ଼ ମେମ୍ବର ଯୋଗଦେଇଥିଲେ। ସର୍ବ ପ୍ରଥମେ ଅତିଥି ମାନେ ଜାତୀୟପିତା ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଏବଂ ଓ ବ୍ୟାଟିଂ ଓ ବୋଲିଁ କରି ଅତିଥି ମାନେ ଖେଳର ସୁଭ ଉଦ୍ଘାଟନ କରିଥିଲେ। ଏହି ମ୍ୟାଚ୍ କୁ ଉପଭୋଗ କରିବାକୁ ବଡ଼ବିଲ ଓ ଏହାର ଆଖପାଖ ଅଞ୍ଚଳର ଶତାଧିକ ସଂଖ୍ୟାରେ ଖେଳପ୍ରେମି ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଆଜିର ଉଦ୍ଘାଟନୀ ମ୍ୟାଚ ଜିପିଏସ୍ ଏଣ୍ଟର ପ୍ରାଇଯେସ ଓ ଓରିଏଣ୍ଟାଲ କ୍ରିକେଟ୍ କ୍ଲବ ମଧ୍ୟରେ ଖେଳାଯାଇଥିଲା। ଏହି ପ୍ରାରମ୍ଭିକ ମ୍ୟାଚ୍ ରେ ଜେଠୁରାମ୍ ପାତ୍ର ଓ ପୁରେନ୍ଦ୍ର ମହାନ୍ତ ମ୍ୟାଚ୍ ଏମ୍ପାୟାର ଓ ସୁନିଲ ଗୁପ୍ତା ରେଫ୍ରି ଭାବେ ଦାୟିତ୍ଵ ତୁଲାଇଥିଲେ। ପନ୍ଦର ଓଭର୍ ବିଶିଷ୍ଟ ଏହି ମ୍ୟାଚ୍ ରେ ଓରିଏଣ୍ଟାଲ କ୍ରିକେଟ୍ କ୍ଲବ ପନ୍ଦର ଓଭର ରେ ନଅ ୱିକେଟ୍ ହରାଇ ମୋଟ୍ ୧୧୩ ରନ୍ କରିଥିବା ବେଳେ ଜିପିଏସ୍ ଏଣ୍ଟରପ୍ରାଇଯେସ ଦସ ଓଭର ଦୁଇ ବଲରେ ଛଅ ୱିକେଟ୍ ହରାଇ ସହେ ସତର ରନ୍ କରି ଏକ ସହଜ ବିଜୟ ହାସଲ କରିଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



