ଓ.ପି. ଜିନ୍ଦଲ ସ୍କୁଲ୍, ଅନୁଗୁଳର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ
୦୬ ଡିସେମ୍ବର, ଅନୁଗୁଳ: ଜିନ୍ଦଲ ନଗର ସ୍ଥିତ ସ୍ପୋର୍ଟ୍ସ କଂପ୍ଲେକ୍ସରେ ଉତ୍ସାହ ଓ ଉଦ୍ଦିପନାର ସହ ଓ.ପି. ଜିନ୍ଦଲ ସ୍କୁଲ୍, ଅନୁଗୁଳର ବାର୍ଷିକ କ୍ରୀଡ଼ା ଉତ୍ସବ ୨୦୨୫-୨୬ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି କ୍ରୀଡ଼ା ମହୋତ୍ସବରେ ଜିନ୍ଦଲ ଷ୍ଟିଲ ଅନୁଗୁଳର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଅନୁଗୁଳ ମୁଖ୍ୟ, ଶ୍ରୀଯୁକ୍ତ ପଙ୍କଜ ମାଲହାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଜିନ୍ଦଲ ଷ୍ଟିଲ ଅନୁଗୁଳର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପ୍ରୋଜେକ୍ଟ ଏବଂ ଆଇରନ୍ ଜୋନ୍) ଶ୍ରୀଯୁକ୍ତ ଦାମୋଦର ମିତ୍ତଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ଉଭୟ ଅତିଥି ସମର୍ପଣ, ଶୃଙ୍ଖଳା ଏବଂ କ୍ରୀଡା ମନୋଭାବର ଗୁରୁତ୍ୱ ଉପରେ ଅଲୋକପାତ କରିଥିଲେ । କହିଥିଲେ, ଏଭଳି ସବୁ ଗୁଣ ପ୍ରକୃତ ଚାମ୍ପିଅନଙ୍କୁ ଗଠନ କରିଥାଏ ଏବଂ ସେମାନଙ୍କୁ ସଫଳତା ଆଡକୁ ଆଗଇ ନେଇଥାଏ। ଜିନ୍ଦଲ ମହିଳା ସମିତିର ସଭାପତି ଶ୍ରୀମତୀ ସୀମା ମାଲହାନ ଏବଂ ଶ୍ରୀମତୀ ଅନିତା ମିତ୍ତଲଙ୍କ ସମେତ ଅନ୍ୟ ବିଶିଷ୍ଟ ଅତିଥିମାନେ ମଧ୍ୟ ଏହି କ୍ରୀଡ଼ା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ପ୍ରତ୍ୟୁଷରୁ, ଏସଏଫଏସଏସର ମୁଖ୍ୟ ବ୍ରିଗେଡିୟର ଦିନେଶ ଶର୍ମା ଏହି କ୍ରୀଡ଼ା ଉତ୍ସବକୁ ଉଦଘାଟନ କରିଥିଲେ ଏବଂ ସ୍କୁଲ ସଂଗୀତ, ମାର୍ଚ୍ଚ ପାଷ୍ଟ, ମଶାଲ ପ୍ରଜ୍ଜ୍ୱଳନ ଓ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ।ସ୍କୁଲର ଚାରୋଟି ହାଉସ୍ ଯଥା- ଆଜାଦ, ରମଣ, ରାମାନୁଜନ ଏବଂ ସରୋଜିନୀ ସେମାନଙ୍କର ହାଉସ୍ କ୍ୟାପ୍ଟେନ୍, ସ୍କୁଲ୍ ପ୍ରିଫେକ୍ଟ ଏବଂ ହାଉସ୍ ମାଷ୍ଟର୍ସଙ୍କ ନେତୃତ୍ୱରେ ଏକ ପ୍ରଭାବଶାଳୀ ମାର୍ଚ୍ଚ ପାଷ୍ଟ କରିଥିଲେ। ଆଜାଦ ହାଉସ୍ ମାର୍ଚ୍ଚ ପାଷ୍ଟରେ ଶ୍ରେଷ୍ଠ ହାଉସ୍ ବିଜେତା ହୋଇଥିବା ବେଳେ ରାମାନୁଜନ ହାଉସ୍ କ୍ରୀଡାରେ ଶ୍ରେଷ୍ଠ ହାଉସ୍ ଭାବେ ଘୋଷିତ ହୋଇଥିଲା।ଏହି ଅବସରରେ ଜୁନିଅର ଏବଂ ସିନିୟର ବର୍ଗର ଶ୍ରେଷ୍ଠ ଖେଳାଳିମାନଙ୍କୁ ସମ୍ମାନିତ କରାଯାଇଥିଲା । ନିକୁନ ବେହେରା ଏବଂ ଦିବ୍ୟଶ୍ରୀ ସାହୁ (୬ରୁ୮ ଶ୍ରେଣୀ ବର୍ଗ) ଏବଂ ତମୋଜିତ ସାହୁ ଏବଂ ରିଆ ଦତ୍ତ (୯ର୧୨ ଶ୍ରେଣୀ ବର୍ଗ)ରେ ସମ୍ମାନିତ ହୋଇଥିଲେ । ସେହିପରି ସମସ୍ତ ବିଜେତାଙ୍କୁ ସେମାନଙ୍କର ଅସାଧାରଣ ପ୍ରଦର୍ଶନ ପାଇଁ ପଦକ ପ୍ରଦାନ କରାଯାଇଥିଲା।ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଟ୍ରାକ୍ ଏବଂ ଫିଲ୍ଡ ଇଭେଣ୍ଟରେ ଛାତ୍ରଛାତ୍ରୀଙ୍କ ଉତ୍ସାହୀ ଅଂଶଗ୍ରହଣ ଏହି କ୍ରୀଡ଼ା ମହୋତ୍ସବର ଉତ୍ସାହକୁ ଆହୁରି ଦ୍ୱିଗୁଣିତ କରିଦେଇଥିଲା ।ବାର୍ଷିକ କ୍ରୀଡ଼ା ଉତ୍ସବର ଅଭୁତପୂର୍ବ ସଫଳତା ପାଇଁ ସ୍କୁଲର ଅଧ୍ୟକ୍ଷ ଡକ୍ଟର ଅଶ୍ୱିନୀ କୁମାର ସାହୁ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଏବଂ କର୍ମଚାରୀଙ୍କୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଥିଲେ ।



