ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକ ଗୋପବନ୍ଧୁ ସାମଲଙ୍କ ଏକାଦଶାହ ଉପଲକ୍ଷେ ସ୍କତିଚାରଣ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଯାଜପୁର – ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଉଦୟନାଥପୁର ପଞ୍ଚାୟତର ମଢୁଆରି ଠାରେ ଅବସରପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ ସ୍ବର୍ଗତ ଗୋପବନ୍ଧୁ ସାମଲଙ୍କ ଏକାଦଶାହ ଉପଲକ୍ଷେ ସ୍କତିଚାରଣ ସଭା ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଅଖିଳ ଚନ୍ଦ୍ର ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସ୍କୁତି ଚାରଣ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଅଜୟ କୁମାର ଓଝା। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଗୋପବନ୍ଧୁ ସାମଲଙ୍କ ଉପରେ ବହୁ କଥା ଆଲୋଚନା କରିଥିଲେ। ପ୍ରଥମେ ସ୍ବର୍ଗତ ଗୋପବନ୍ଧୁ ସାମଲଙ୍କ ଫଟୋଚିତ୍ର ରେ ପୁଷ୍ପା ମାଲ୍ୟାର୍ପଣ ପରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ପରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସମାଜସେବୀ ଶରତ ନାୟକ, ଶିକ୍ଷାବିତ ଓ କବି ରମାକାନ୍ତ ନାୟକ, ପ୍ରଧାନଶିକ୍ଷକ ଅକ୍ଷୟ କୁମାର ସେଠୀ, ଶିକ୍ଷା ବିତ ସାଧୁ ଚରଣ ସାମଲ, କବି ଓ ସମାଜସେବୀ ସନ୍ତୋଷ କୁମାର ବେଉରିଆ, ବଳିଷ୍ଠ ଆଇନଜୀବୀ ଓ କବି ଅମ୍ବିକା ପ୍ରସାଦ ସାମଲ, ଶିକ୍ଷକ ତଥା କବି ରତ୍ନାକର ସାହୁ, ନାଟ୍ୟକାର ଖଗେଶ୍ବର ସାହୁ, ସାମ୍ବାଦିକ ସରୋଜ କୁମାର ସାହୁ, ଶିକ୍ଷାବିତ ବନମାଳୀ ପତି , ଶିକ୍ଷାବିତ ମିନକେତନ ପୁହାଣ, ସଙ୍ଗିତଜ୍ଞ ମାଧବାନନ୍ଦ ଦାସ ପ୍ରମଖଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦିଆଯାଇ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ନାରାୟଣ ଚନ୍ଦ୍ର ପଣ୍ଡା, ସମାଜସେବୀ ସୁଶାନ୍ତ ସାମଲ, ଅବସରପ୍ରାପ୍ତ ଶିକ୍ଷକ ବଟକୃଷ୍ଣ ମଲ୍ଲୀକ,ବରିଷ୍ଠ କଳାକାର ଅବରେନ୍ଦ୍ର ବେଉରିଆ, କୃପାସିନ୍ଧୁ ସାମଲ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଗୋପବନ୍ଧୁ ସାମଲଙ୍କ ଉପରେ ବହୁ କଥା ଆଲୋଚନା କରିଥିଲେ।ଶେଷରେ ବିଶେଷ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ଖରସ୍ରୋତା ପୁସ୍ତକ ମେଳା କମିଟିର ସଭାପତି ଓ ସମାଜସେବୀ ଏବଂ କବି ପଦ୍ମାକର ଗୁରୁଙ୍କୁ ସମ୍ମାନିତ କରାଯାଇ ଥିଲା। ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ପ୍ରଶାନ୍ତ କୁମାର ମହାରଣା। ଏ ସମସ୍ତ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ବଳିଷ୍ଠ ଶିକ୍ଷକ ତଥା ଜୋଇଁ ଭାରତ ଭୁଷଣ ମଲିକ,ଝିଅ ମାନସୀ ସାମଲ ଏବଂ ପୁତ୍ର ।



