ନିଶା ନିବାରଣ କେନ୍ଦ୍ର ଉଦଘାଟିତ

ଭଟଲି,୨୨/୧୨(ଅଭିମନ୍ୟୁ ପଧାନ): – ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କେଶାଇପାଲି ପ୍ରାମ ପଞ୍ଚାୟତ ଅଧିନସ୍ଥ ତରାଜୁଙ୍ଗାଠାରେ ଏକ ନିଶା ନିବାରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଭଟଲି ଅଞ୍ଚଳରେ ବର୍ତ୍ତମାନ ନୂତନ ଯୁବ ପଢି ଉପରେ ନିଶାର ପ୍ରାଦୁର୍ଭାବ ଖୁବ ଜୋର ବଢିବାରେ ଲାଗିଛି । ଯଦ୍ୱାରା ନିଶାସକ୍ତ ଯୁବକ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପରେ ଜଡିତ ରହିବା ସହିତ ଧନ ଜୀବନ ନଷ୍ଟ ହେବା ସହିତ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି । ଏହାକୁ ହୃଦୟଙ୍ଗମ କରି ଏହି ସଂଘର୍ଷ ଫାଉଣ୍ଡେସନ ଆନୁକୂଲ୍ୟରେ ଏହି ନିଶା ନିବାରଣ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ପରିଚାଳକ ରୋଶନ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବିକା ସିନ୍ଧୁନନ୍ଦିନୀ ଆଚାର୍ଯ୍ୟ ମୁଖ୍ୟ ଅତିଥି ତଥା ହାସ୍ୟକବି ଦେବେନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଫିତା କାଟି ଏହି ନିଶା ନିବାରଣ କେନ୍ଦ୍ର ଉଦଘାଟନ କରିଥିଲେ । ଏହି ଅବସରରେ ପିୟୁଷ ଅଗ୍ରୱାଲ,ଶେଖର ନାୟକ,ରାହୁଲ ନନ୍ଦ,ରୋହିତ ରଥ ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।



