ହତ୍ୟାମାମଲାର ପର୍ଦ୍ଦାଫାଶ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ୍
ବଡ଼ବିଲ:କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ଝାଡଗାଁ ନିକଟରେ ଗତ ୨୩/୧୨/୨୫ରିଖ ମିଳିଥିବା ମୃତ ଶରୀର ର ଏକ ହତ୍ୟାକାଣ୍ଡ ଘଟଣା ଥିଲା। ଯାହାର ତଦନ୍ତ ଆରମ୍ଭ କରିଥିଲା ପୋଲିସ୍। ତଦନ୍ତ ରୁ ବଡ଼ବିଲ ପୋଲିସ୍ ଜାଣିବାକୁ ପାଇଥିଲେ କି ଝାଡଗାଁ ନିକଟରେ ଥିବା ଶଙ୍କର ଢ଼ାବା ଯାହାର ମାଲିକ ଶଙ୍କର ମହାନ୍ତ। ମୃତକ ଜଣକ ଗତ ନଭେମ୍ବର ମାସ ପାଞ୍ଚ ତାରିଖ ଉକ୍ତ ଶଙ୍କର ଢ଼ାବା କୁ ଖାଇବାକୁ ଯାଇ ଖାଇସାରିବା ପରେ ଟଙ୍କା ଦେଇନଥିଲେ ଯାହାକୁ ନେଇ ଢ଼ାବା ମାଲିକଙ୍କ ସହ ତାର ବଚସା ହୋଇଥିଲା ଏବଂ ଢ଼ାବା ମାଲିକ ଜାଗା ମାଲିକ ମିଥୁନ ମୁଣ୍ଡାକୁ ଡାକିଥିଲା, ଏବଂ ଉଭୟ ମିଶି ତାକୁ ମାଡ଼ ମାରିଥିଲେ ଓ ଢ଼ାବା ମାଲିକ ଏକ ଲୁହାରଡ଼ ସାହାଯ୍ୟରେ ତାକୁ ମାରିଥିଲା ଯାହା ଫଳରେ ତା ମୁଣ୍ଡ ଫାଟିଯାଇ ରକ୍ତ ବାହାରିବାରୁ ତାର ମୃତ୍ୟୁ ହୋଇଯିବା ପରେ ତାକୁ ନିକଟସ୍ତ ଏକ ନାଳ ନିକଟକୁ ନେଇଯାଇ ଫୋଫାଡି ଦେବା ସହ ତା ଉପରେ କିଛି ଘାସ ପକେଇଦେଇଥିଲେ, ଗତ ଡ଼ିସେମ୍ବର ୨୩ତାରିଖ କିଛି ଲୋକ ଉକ୍ତ ଶରୀରକୁ ଦେଖି ବଡ଼ବିଲ ପୋଲିସ୍ କୁ ଖବର ଦେଇଥିଲେ ଖବର ପାଇ ବଡ଼ବିଲ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲେ ବଡ଼ବିଲ ପୋଲିସ୍। ତଦନ୍ତ ଚଳାଇଥିବା ବେଳେ ଢ଼ାବା ମାଲିକ ଶଙ୍କର ମହାନ୍ତ ହିଁ ହତ୍ୟାକାରୀ ବୋଲି ପୋଲିସ୍ ଜାଣିବାକୁ ପାଇଥିଲେ ଓ ତାକୁ ସହଯୋଗ କରିଥିବା ଜାଗା ମାଲିକ ମିଥୁନ ମୁଣ୍ଡାକୁ ମଧ୍ୟ ଗିରଫ କରି ଉଭୟ ଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ହତ୍ୟା ଘଟଣା ରେ ବ୍ୟବହୃତ କରିଥିବା ଏକ ଲୁହା ରଡ଼ କୁ ଜବତ୍ କରିବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ଏକ ପ୍ରେସ ବିବୃତି ଜରିଆରେ ସୂଚନା ଦେଇଛନ୍ତି ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ। ମୃତକ ଜଣକ ହେଲେ ସୁଦୂର ଝାଡ଼ଖଣ୍ଡ ରାଜ୍ୟ ହଜାରିବାଗ ଜିଲ୍ଲାର କେନ୍ଦୁଆ ଗ୍ରାମର ସଞ୍ଜୟ ଯାଦବ ସେ ଏଠାରେ ରହି ଗାଡ଼ି ଚାଳକ ଭାବେ କାର୍ଯ୍ୟ କରୁଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



