ତୋଫାନ ଯୁବକ ସଂଘ ପକ୍ଷରୁ ବିବେକାନନ୍ଦ ଜୟନ୍ତୀ ପାଳିତ
ତାଳଚେର- ତାଳଚେର ବ୍ଲକ ଘଣ୍ଟପଡ଼ାସ୍ଥିତ ତୋଫାନ ଯୁବକ ସଂଘ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମତିଥି ପାଳନ କରାଯାଇ ଅଛି । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ବନ୍ଦେ ମାତରଂ ୧୫୦ବର୍ଷ ଉପଲକ୍ଷେ ସଂଘର ସଦସ୍ୟଗଣ ବନ୍ଦେ ମାତରଂ ଜାତୀୟ ଗାନ କରିଥିଲେ ।ତଦ୍ ପରେ ଗୋଡ଼ିବନ୍ଧ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଫର୍ମାସିଷ୍ଟ ଶ୍ରୀଯୁକ୍ତ ଦୀପକ ସାହୁ ସମ୍ମାନିତ ଅତିଥି ଭାବେ ସ୍ୱାମୀ ବିବେକାନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ସେ ତାଙ୍କ ବକ୍ତବ୍ୟରେ ଯୁବ ସମାଜକୁ ଜାଗ୍ରତ ହୁଅ ଏବଂ ଲକ୍ଷ୍ୟ ହାସଲ ନ ହେବା ପର୍ଯ୍ୟନ୍ତ ବିରତ ହୁଅ ନାହିଁ ବୋଲି ସ୍ୱାମୀ ବିବେକାନନ୍ଦଙ୍କ କଥାକୁ ଆଲୋଚନା ଏବଂ କୁଷ୍ଠ ରୋଗର ସଂକ୍ରମଣ ଓ ନିରାକରଣ ବିଷୟରେ ସଚେତନତା କରାଇଥିଲେ। ସଂଘର ସଭାପତି ଧୀରେନ୍ଦ୍ର ଦାସ, ଅରବିନ୍ଦ ମହାରଣା, ଆଦିତ୍ୟ ନାରାୟଣ ଦାସ, ଅଂଶୁମାନ ଦାସ, ପ୍ରଦୀପ ମହାରଣା,ଲିପନ ସାହୁ,ମନୋଜ ଦାସ, ଦେବାଶିଷ୍ ସାହୁ ,ଅନିମେଶ ସାହୁ ଓ ଅନ୍ୟାନ୍ୟ ସଦସ୍ୟ ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ । ଶେଷରେ କୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।



