ରାଷ୍ଟ୍ର ଗୀତ “ବନ୍ଦେ ମାତରଂ” ର ୧୫୦ତମ ବାର୍ଷିକୀ ର ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଓ ସାମୁହିକ ଗାନ
ତାଳଚେର।୧୨.୧.୨୬. ତାଳଚେର ସ୍ଵଂୟ ଶାସିତ ମହାବିଦ୍ୟାଳୟରେ ରାଷ୍ଟ୍ର ଗୀତ ବନ୍ଦେ ମାତରଂ ର ୧୫୦ ତମ ବାର୍ଷିକୀ ର ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଓ ସାମୁହିକ ଗାନ ପାଳିତ ହୋଇ ଯାଇଛି।ମହାବିଦ୍ୟାଳୟର ଅଧକ୍ଷ ମେଜର ସୁବ୍ରତ କୁମାର ଦାସ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାଳଚେର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବରାଳ ଯୋଗଦେଇ ରାଷ୍ଟ୍ର ଗୀତ ବନ୍ଦେ ମାତରଂ ର ୧୫୦ବର୍ଷର ପୂର୍ତ୍ତି ସମ୍ପର୍କରେ ଆଲୋଚନା କରି ସମସ୍ତେ ରାଷ୍ଟ୍ର ଭକ୍ତିରେ ଯୋଡ଼ି ହେବା ପାଇଁ ଆହ୍ଵାନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର କୁମାର ସିଂହ , ତାଳଚେର ପୌର ପରିଷଦର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସହା,ସାମାଜିକ ସୁରକ୍ଷା ଅଧିକାରୀ ପପୁ ବେହେରା ବନ୍ଦେ ମାତରଂ ଓ ଏହାର ୧୫୦ ବର୍ଷର ଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ। ଅଧ୍ୟାପକ ସତ୍ୟବ୍ରତ ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଶଶାଙ୍କ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ।ଏହି ଅବସରରେ ସମସ୍ତ ମହାବିଦ୍ୟାଳୟ ଓ ସ୍କୁଲରୁ ଆସିଥିବା ଛାତ୍ର ଛାତ୍ରୀ ମାନେ ସାମୁହିକ ବନ୍ଦେ ମାତରଂ ଗାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଅଧ୍ୟାପକ ଅଶୋକ କୁମାର ବେହେରା,ବିଶ୍ବରଂଜନ ଜେନା,ମଧୁସ୍ମିତା ନାୟକ ଓ ଅଧ୍ୟାପିକା ଶାନ୍ତି ବୁଡେକ୍ ଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା। ଶେଷରେ ବି. ଇ.ଓ. ଖଗେଶ୍ବର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।



