
ଆଜି ଗନ୍ଦିଆ ବ୍ଲକସ୍ଥିତ କାଶୀପୁର ପ୍ରାଥମିକ ସମବାୟ ସମିତି ଠାରେ ଜ଼ିଲ୍ଲାସ୍ତରୀୟ ଧାନ ମଣ୍ଡି ଶୁଭ ଉଦଘାଟନ ହୋଇଯାଇଅଛି | ଏହି ପରିପ୍ରେକ୍ଷୀରେ ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ, ତତସଙ୍ଗେ ଉପଜ଼ିଲ୍ଲାପାଳ ଶ୍ରୀଯୁକ୍ତ ବିବୁଧ ଗଡ଼ନାୟକ, ଉପନିବନ୍ଧକ ଶ୍ରୀ ଉମାଶଙ୍କର ଦାସ, ସମବାୟ ବ୍ୟାଙ୍କ ସଭାପତି ସନ୍ତୋଷ ପ୍ରଧାନ,ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରୀନାରାଣୀ ଖଟୁଆ, ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ, ତହସିଲଦାର ସତ୍ୟଜିତ ମହାପାତ୍ର, ପ୍ୟାକ୍ସ ସଭାପତି ସୁଶାନ୍ତ କୁମାର ସାମନ୍ତ, ଚାଷୀ ପ୍ରତିନିଧି, ଚାଷୀ ଭାଇ ଓ ଭଉଣୀ ଉପସ୍ଥିତ ଥିଲେ |ଜ଼ିଲ୍ଲା ରେ ଏଥର ୫୬୧୧୨ ଚାଷୀ ପଞ୍ଜିକୃତ ହୋଇଛନ୍ତି ଏବଂ ୧୧୪ ଧାନ କ୍ରୟ କେନ୍ଦ୍ରରୁ ତାହା ସଂଗ୍ରହ କରାଯିବ | ମଣ୍ଡି ସ୍ଥାନ ରେ ବ୍ୟାପକ ବନ୍ଦୋବସ୍ତ ହୋଇଅଛି ଯେପରି ଚାଷୀ ସୁରୁଖୁରୁରେ ଧାନ ମଣ୍ଡିରେ ଦେଇପାରିବେ | ଏହି ଅବସରରେ ମନ୍ତ୍ରୀ କହିଥିଲେ ସରକାର ସମସ୍ତ ଯୋଗ୍ୟ ଚାଷୀଙ୍କ ମାନଙ୍କଠୁ ଧାନ କ୍ରୟ ନିମନ୍ତେ ପ୍ରତିଶୃତିବଦ୍ଧ | ଏହି ଅବସରରେ କାଶୀପୁର ପ୍ୟାକ୍ସରେ ଚାଷୀଙ୍କ ଉଦ୍ଦେଶ୍ୟରେ ଜନ ସେବା କେନ୍ଦ୍ର ମଧ୍ୟ ଉଦଘାଟନ ହୋଇଥିଲା ଓ ଚାଷୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା |



