Big breking ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ
ବିଜୁ ଜନତା ଦଳରେ ବଡ଼ ହଲ୍ ଚଲ୍।ବିଜୁ ଜନତା ଦଳର, ରାଜ୍ୟର ସମୃଦ୍ଧ ଜିଲ୍ଲା କେନ୍ଦୁଝର ଜିଲ୍ଲାର ଖଣିଜ ବହୁଳ ଅଞ୍ଚଳ ଚମ୍ପୁଆ। ଏବଂ ଚମ୍ପୁଆ ନିର୍ବାଚନୀ ମଣ୍ଡଳୀର ବିଧାୟକଙ୍କୁ ଦଳରୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ,ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହେଲେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଏକ ଦଳୀୟ ବିବୃତି ଜରିଆରେ ବିଜୁ ଜନତା ଦଳରୁ ନିଲମ୍ବନ ଆଦେଶ ଦେଲେ ଦଳର ସଭାପତି ନବୀନ ପଟ୍ଟନାୟକ।ନିଲମ୍ବିତ ଆଦେଶ ଆସିବା ପରେ ମୁହଁ ଖୋଲିଲେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। କିନ୍ତୁ କଣ ପାଇଁ ଓ କେଉଁ କାରଣରୁ ତାଙ୍କୁ ଦଳରୁ ନିଲମ୍ବିତ କରାଗଲା କଣ ରହିଛି ତାର ରହସ୍ୟ, ଯାହାକି ସୂଚନା ରହିଛି କିଛି ଦିନ ହେଲା ଚମ୍ପୁଆ ନିର୍ବାଚନୀ ମଣ୍ଡଳୀର ବିଧାୟକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ନିକଟତର ହେବାକୁ ବୋଧେ ପ୍ରୟାସ କରିବା ସହ ସଦା ସର୍ବଦା ବିଭିନ୍ନ ଗଣ ମାଧ୍ୟମରେ ତାଙ୍କ ଗୁଣ ଗାନ କରୁଥିଲେ ଯାହାକି ତାଙ୍କୁ ମାହାଙ୍ଗା ପଡ଼ିଥିବା ଅନୁମାନ କରାଯାଉଛି, ତେବେ ଦେଖାଯାଉ ବାବୁ ସନାତନ କଣ ନିଜ ପକ୍ଷ ରଖୁଛନ୍ତି ଦଳ ସୁପ୍ରିମୋ ନବୀନ ବାବୁ ଙ୍କ ପାଖରେ କୁଆଡେ ଯାଉଛି ତାଙ୍କ ଆଗାମୀ ଭବିଷ୍ୟତ ତାହା ସମୟ କହିବ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



