ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଏହି ସମ୍ମିଳନୀରେ ସମଗ୍ର ହିନ୍ଦୁ ସମାଜ ଦ୍ୱାରା ଆହୂତ ନିକଟସ୍ଥ ପଞ୍ଚାୟତ ତଥା ବଳରାମପ୍ରସାଦ ଭୋଗବେରେଣି, ବଅଁରପାଳ ଆଦି ଗ୍ରାମ ପଞ୍ଚାୟତ ର ଗ୍ରାମବାସୀମାନେ ବହୁ ସଂଖ୍ୟା ରେ ଆସି ବଳରାମପ୍ରସାଦ ଗ୍ରାମ ହନୁମାନ ମନ୍ଦିର ନିକଟରୁ ନାମ ସଂକୀର୍ତ୍ତନ କରି କଳସ ଯାତ୍ରା କରି ଏକ ବିଶାଳ ହିନ୍ଦୁ ଧାର୍ମିକ ଶୋଭାଯାତ୍ରା ବାହାରୀ ଆଖ ପାଖ ଗ୍ରାମ ପରିକ୍ରମା କରି ବଳରାମପ୍ରସାଦ ମା ହିଙ୍ଗୁଳା ମନ୍ଦିର ରେ ପହଞ୍ଚି ଯଜ୍ଞ ଅନୁଷ୍ଠିତ ହୋଇଥିଲା । ପରେ ପରେ ସେହିଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ଧାର୍ମିକ ସଭାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଜିଲ୍ଲା ହିନ୍ଦୁ ମାନଙ୍କର ଜାଗରଣ ନିମନ୍ତେ ଆହ୍ୱାନ କରିଥିଲେ ।

May 25, 2026/
No Comments


