ନ୍ୟlସନାଲ ଏକାଡେମୀ ଅଫ ସୋସିଆଲ ଆୱାରନେସ(ନାସା)
ର ବିଦାୟକାଳୀନ ସମ୍ବର୍ଦ୍ଧନା

ଗୁଣାତ୍ମକ ଏବଂ ଉତ୍ତମ ଶିକ୍ଷା ପ୍ରଦାନ କରି ଆସୁଥିବା ରାଜ୍ୟର ଅନ୍ୟତମ ଶିକ୍ଷାନୁଷ୍ଠାନ ନ୍ୟାସନାଲ ଏକାଡେମୀ ଅଫ ସୋସିଆଲ ଆୱାରନେସ ( ନାସା) ର ବିଦାୟକାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଛି। ପୂର୍ବରୁ ଶିକ୍ଷାଦାନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବିଦାୟ ଦେଇଛନ୍ତି ଶିକ୍ଷାନୁଷ୍ଠାନର ଅଧିକାରୀ ଏବଂ କର୍ମକର୍ତ୍ତା। ବିଶେଷ କରି ଏହି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ସାଙ୍ଗକୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦ୍ୱାରା ସରକାରୀ ଏବଂ ଘରୋଇ କମ୍ପାନୀରେ ନିଯୁକ୍ରି ସୁଯୋଗ ପାଇଥାନ୍ତି।

ଏଥିସହିତ ଶିକ୍ଷାନୁଷ୍ଠାନରେ ଜଡିତ ଥିବା ପିଲାମାନେ ଅନେକ ସ୍ଥାନରେ ଥଇଥାନ ହୋଇଛନ୍ତି। ଶିକ୍ଷାନୁଷ୍ଠାନ 11 ବର୍ଷ ଅତିକ୍ରମ କରିସାରିବା ପରେ ଆଗାମୀ ଭବିଷ୍ୟତ ପାଇଁ ନୂଆ ନୂଆ ଯୋଜନା ମାନ ପ୍ରସ୍ତୁତ କରିଛି। ବହୁ ଛାତ୍ରଛାତ୍ରୀମାନେ ଅନେକ ଜାଗାରେ ନିଯୁକ୍ତି ପାଇ ନିଜର ପରିବାର ପ୍ରତିପୋଷଣ କରି ପାରୁଛନ୍ତି। ଶିକ୍ଷକତା କରିଆ ପାଇଁ ଲକ୍ଷ୍ୟ ରଖିଥିବା ପିଲାମାନେ ବିଇଡି କୋର୍ସ ଶିକ୍ଷାଦାନ କରାଯାଉଛି। ଏଥିପାଇଁ ଆଜି ପୂର୍ବରୁ ଅଧ୍ୟୟନ କରି ପାସ ହୋଇଥିବା ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶିକ୍ଷାନୁଷ୍ଠାନର ଏଭଳି ସେବା ଆଉ ପଦକ୍ଷେପକୁ ବେଶ ପ୍ରଶଂସା କରିଛନ୍ତି ପୂର୍ବ ଏବଂ ବର୍ତ୍ତମାନର ଛାତ୍ରଛାତ୍ରୀ।




