ପୋଲିସ ପାଟ୍ରୋଲିଂ ବେଳେ ସ୍କୁଟି ସହ ଗଞ୍ଜେଇ ଜବତ : ଦୁଇ ଗିରଫ
ବାଲିଗୁଡା, ତା, ୧୪/୦୨: (ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ପୋଲିସ କେଳାପଡା ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଏକ ସ୍କୁଟିକୁ ତନଖିବା ସମୟରେ ଡ଼ିକି ରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ l ସ୍କୁଟି ଓ ଗଞ୍ଜେଇ ସହ ଦୁଇ ବ୍ୟକ୍ତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ପୋଲିସ ପକ୍ଷରୁ ଜଣାପଡିଛି। ସ୍କୁଟି ନଂ. ଓଡି- ୩୪-ସି – ୬୭୯୦ ସହ ଗଞ୍ଜେଇ ଚାଲାଣ କାରୀ ରାକେଶ ନାୟକ ଓ ନିର୍ମଳ କର୍ମୀ ଙ୍କୁ ପୋଲିସ ଗିରଫ କରି କେଶ ନଂ. ୧୭/୨୬ ପ୍ରକାରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଅବ୍ୟାହତ ରଖିଛି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)


