ଚିନ୍ମୟ ଅମ୍ରିତ ମହୋତ୍ସବ ନେଇ ସାମ୍ବାଦିକ ସମ୍ମିଳନୀର ଆୟୋଜନ –
କଟକ ତା ୨୧-୦୨-୨୦୨୬ ରିଖ ମହାନଦୀ ବିହାର ସ୍ଥାନୀୟ ପ୍ରତିକ୍ଷା ହଲ୍(ଡ଼ଃ କିଶନ ଲାଲ ଅଗ୍ରୱାଲ ବାସଗୃହ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ମୂଖ୍ୟ ଅତିଥି ଭାବେ
ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଚିନ୍ମୟ ମିଶନ ଓଡ଼ିଶା ତରଫରୁ ଏକ ରାଜ୍ୟସ୍ତରୀୟ ବୃହତ ଆଧ୍ୟାତ୍ମିକ ତଥା ବୌଦ୍ଧିକ ବିକାଶ କାର୍ଯ୍ୟକ୍ରମ “ଶ୍ରୀ ହନୁମତ୍ ମହୋତ୍ସବ ଓ ଶ୍ରୀ ହନୁମାନ ଚାଳିଶା ମହାଯଜ୍ଞ”ଫେବୃଆରୀ ୨୪ ତାରିଖରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସନ୍ଧ୍ୟା ଘ.୬.୩୦ ମି.ରୁ ଘ.୮.୩୦ ମି.ପର୍ଯ୍ୟନ୍ତ କଟକର ଉପର ବାଲିଯାତ୍ରା ପଡ଼ିଆରେ ଆୟୋଜନ ପାଇଁ ସ୍ଥିର ହୋଇଛି।ଏହି ପରିପ୍ରେକ୍ଷୀରେ ଚିନ୍ମୟ ମିଶନର ୭୫ ବର୍ଷ ପୂର୍ତି ପାଇଁ ଏହା କରାଯାଉଛି । ଚିନ୍ମୟ ମିଶନର ଆନ୍ତର୍ଜାତୀୟ ପ୍ରଶାସନିକ ମୁଖ୍ୟ ପୂଜ୍ୟ ସ୍ଵାମୀ ସ୍ୱରୂପାନନ୍ଦ ସରସ୍ବତୀ ଜୀ “ସଙ୍କଟମୋଚନ” ଉପରେ ପ୍ରବଚନ ପ୍ରଦାନ କରିବେ।ଫେବୃୟାରୀ ୨୫ ତାରିଖ ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ‘ଗୀତା ପଞ୍ଚାମୃତ’ ଉପରେ ଚିନ୍ମୟ ମିଶନ ଓଡ଼ିଶାର ଆଞ୍ଚଳିକ ମୁଖ୍ୟ ପୂଜ୍ୟ ସ୍ଵାମୀ ସଦାନନ୍ଦ ସରସ୍ଵତୀ ଓଡ଼ିଆ ଭାଷାରେ ପ୍ରବଚନ ଦେବେ। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ମାର୍ଗଦର୍ଶନରେ ପ୍ରତିଦିନ ବିଭିନ୍ନ ଧର୍ମାନୁଷ୍ଠାନର ବିଶିଷ୍ଟ ସନ୍ଥମାନଙ୍କ ଦ୍ଵାରା ପ୍ରବଚନ କାର୍ଯ୍ୟକ୍ରମ ସ୍ଥିର ହୋଇଛି।ଏହି ବିଶାଳ କାର୍ଯ୍ୟକ୍ରମ ସକାଳ ଓ ସନ୍ଧ୍ୟା ସମୟରେ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଅପରାହ୍ନରେ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ବୌଦ୍ଧିକ ବିକାଶ କରାଇ ସେମାନଙ୍କୁ ସୁନାଗରିକ କରିବା ଲକ୍ଷ୍ୟରେ ଚିନ୍ମୟ ମିଶନର ଅଭିଜ୍ଞ ଆଚାର୍ଯ୍ୟ ଓ ବିଶିଷ୍ଟ ବକ୍ତା ମାନଙ୍କ ଦ୍ଵାରା ପ୍ରଶିକ୍ଷଣ ଦିଆଯିବ।ଏହି ସାମ୍ବାଦିକ ସମ୍ମିଳନୀରେ ସ୍ଵାମୀ ଓଁକାରାନନ୍ଦ ସରସ୍ଵତୀ, ଅଧ୍ଯକ୍ଷ,ଡଃ କିଶନଲାଲ ଅଗ୍ରୱାଲ,ଡା.ଚିତ୍ତରଞ୍ଜନ ଷଢ଼ଙ୍ଗୀ,ସୁବାଷ ଚନ୍ଦ୍ର ଦ୍ବିବେଦୀ – ନିହାର ରଞ୍ଜନ ରାୟ ଉଦ୍ବୋଧନ ଦେଇଥିଲେ। ମହୋତ୍ସବର ସଂପାଦକ ସଂଗ୍ରାମ କେଶର କରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି ଭବ୍ୟ କାର୍ଯ୍ୟକ୍ରମରେ ସୌମେନ୍ଦ୍ର କୁମାର ମହାପାତ୍ର,ଇଲା ମହାପାତ୍ର,ପ୍ରଫୁଲ୍ଲ ନାୟକ ସହିତ ଅନେକ କର୍ମ କର୍ତ୍ତା ମାନେ ଉପସ୍ଥିତ ଥିଲେ।



