ଗେଙ୍ଗୁଟିଆ ର ବାଦିପାଲା
ଢେଙ୍କାନାଳ ସଦର ବ୍ଳକ୍ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରାମରେ କାହିଁ କେଉଁ ଆବାହମାନ କାଳରୁ ବାଦିପାଲା ଅନୁଷ୍ଠିତ ହେଉଅଛି । ଏ ବର୍ଷ ୧୮୯ ତମ ବାଦିପାଲା ଅନୁଷ୍ଠିତ ହେଉଅଛି । ଉକ୍ତ ବାଦିପାଲା ମଞ୍ଚରେ ଓଡ଼ିଶାର ସୁନାମ ଧନ୍ୟ ଗାୟକ ରସ ସାଗର ଶ୍ରୀଯୁକ୍ତ ବସନ୍ତ କୁମାର ବେହେରା ଓ ଗାୟକ ସମ୍ରାଟ କାଳୁଚରଣ ଦାସ ତା ୨୪/୦୨/୨୬ ଠାରୁ ୨୮/୦୨/୨୬ ରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସଂଧ୍ୟା ୭.୩୦ମିନିଟ ଠାରୁ ୫ ରାତ୍ରି ପାଲା ପରିବେଷଣ କରିବେ ।
ଗେଙ୍ଗୁଟିଆ ଗ୍ରାମର ଆରାଧ୍ଯ ଦେବତା ଶ୍ରୀ ସତ୍ୟନାରାୟଣ ଜୀଉଙ୍କ ୩୬୫ ଦିନ ବର୍ଷସାର ଶିରିଣି ଭୋଗ ହୁଏ । ଦୈନିକ ପୂଜକ ନର ନନ୍ଦ ଓ ସୁଶାନ୍ତ ରଥ ଶ୍ରୀ ଜୀଉଙ୍କର ପୂଜାପାଠ କରନ୍ତି । ପାଲାର ଅନ୍ତିମ ପର୍ଯ୍ୟାୟ ରେ ତା ୦୧/୦୩/୨୬ ରିଖ ମହାଶିରିଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଗ୍ରାମବାସୀ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ବିତରଣ କରାଯିବ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଗ୍ରାମ୍ୟ କମିଟି ମାର୍ଗଦର୍ଶନ ରେ ଶାନ୍ତି ଶୃଙ୍ଖଳ କମିଟିର ଅଧ୍ୟକ୍ଷ ପୂର୍ବତନ ସଦର ବ୍ଲକ୍ ଉପାଧକ୍ଷ ନରୋତ୍ତମ ସାହୁ ଓ ଗ୍ରାମ୍ୟ କମିଟିର ସମୀକ୍ଷକ ଶ୍ରୀ ପ୍ରଦୀପ କୁମାର ମଲ୍ଲିକ୍ ଓ ଅନ୍ୟ ସକ୍ରିୟ ସଦସ୍ୟଙ୍କ ପ୍ରତ୍ୟକ୍ଷ ଓ ପରୋ କ୍ଷରେ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି।



