ହିନ୍ଦୋଳ – ସମସ୍ତଙ୍କ ଅତ୍ୟନ୍ତ ଆପଣାର, ସଦା ହିନ୍ଦୋଳର ଉନ୍ନତି ଓ ଲୋକମଙ୍ଗଳ ପାଇଁ ନିରନ୍ତର ଚିନ୍ତାଶୀଳ ବିଧାୟିକା ସିମାରାଣି ନାୟକ ଆଜି ଓଡାପଡା ଅଞ୍ଚଳର ଏକଘରିଆସ୍ଥିତ ପବିତ୍ର ଶରଣଶ୍ରୀକ୍ଷେତ୍ରରେ ପହଞ୍ଚି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ଏହି ଅବସରରେ ସେ ହିନ୍ଦୋଳ ଅଞ୍ଚଳ ସହ ସମଗ୍ର ରାଜ୍ୟର ଶାନ୍ତି, ସମୃଦ୍ଧି ଓ ସର୍ବଙ୍ଗୀଣ ମଙ୍ଗଳ କାମନା କରିଥିଲେ।
ପବିତ୍ର ଆଧ୍ୟାତ୍ମିକ ପରିବେଶରେ ଆୟୋଜିତ ଏହି ଦର୍ଶନ ଅବସର ମାଧ୍ୟମରେ ଏକଘରିଆର ଶରଣଶ୍ରୀକ୍ଷେତ୍ର କିପରି ଓଡ଼ିଶାର ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ରରେ ପରିଣତ ହେବ, ସେଥିପାଇଁ “ସୀମା ଅପା”ଙ୍କ ନିରନ୍ତର ପ୍ରୟାସ ରହିବ ବୋଲି ସେ ଅଭିବ୍ୟକ୍ତ କରିଥିଲେ।
ଏହି ପବିତ୍ର ଅବସରରେ କାମାକ୍ଷାନଗରର ମାନ୍ୟବର ବିଧାୟକ ଶତ୍ରୁଘନ ଜେନା ମଧ୍ୟ ଉପସ୍ଥିତ ରହି ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଓ ଅଞ୍ଚଳବାସୀଙ୍କ ମଙ୍ଗଳ କାମନା କରିଥିଲେ।
ଏପରି ପବିତ୍ର ଦର୍ଶନ ଓ ଆଧ୍ୟାତ୍ମିକ ସଂସ୍ପର୍ଶ ମାଧ୍ୟମରେ ଅଞ୍ଚଳର ଧାର୍ମିକ ପରମ୍ପରା, ଆସ୍ଥା ଓ ସଂସ୍କୃତି ଆହୁରି ସୁଦୃଢ଼ ହେବା ସହ ଶରଣଶ୍ରୀକ୍ଷେତ୍ରର ପରିଚିତି ଓ ଗୌରବ ଦୂରଦୂରାନ୍ତରେ ପ୍ରସାରିତ ହେବ — ଏହାହିଁ ସମସ୍ତଙ୍କ ଆଶା ଓ ଆସ୍ଥା।
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ରୁ ମନୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ




