ଗେଙ୍ଗୁଟିଆରେ ଦୋଳପର୍ବ
ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟିଆ ତଳସାହିରେ ଶ୍ରୀ ଭଗବତ ଗୋସାଇଁଙ୍କ ଦୋଳପର୍ବ ପାଳିତ ହେଉଅଛି । କାହିଁ କେଉଁ ଆବହନ ସମୟରୁ ପ୍ରାୟ ୧୫୦ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଦାମ ସାମନ୍ତରାୟ ଙ୍କ ବଂଶଜ ମାନେ ଏହି ପର୍ବକୁ ପାଳନ କରି ଆସୁଛନ୍ତି । ଧରାପୃଷ୍ଠରେ ଋତୁରାଜ ବସନ୍ତ ସମୟରେ ଫଗୁଣର ରଂଗ ଓ ଆମ୍ର ବଉଳର ମହକରେ ସମାଜକୁ ଶାନ୍ତି ଓ ପ୍ରେମର ବାର୍ତ୍ତା ବହନ କରୁଥିବା “ଶ୍ରୀ ରାଧାକୃଷ୍ଣ” ଙ୍କ ଚଳନ୍ତି ପ୍ରତିମା ସୁସଜ୍ଜିତ ଦୋଳ ବିମାନ, ବାଣ ରୋଷଣୀ, ଲଉଡ଼ି ଖେଳ, ସଂକୀର୍ତନ ମଣ୍ଡଳୀ ଓ ରଙ୍ଗ ଅବିର ସହ ନଗର ପରିକ୍ରମା କରିବାକୁ ବାହାରନ୍ତି l ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ତା ୦୨/୦୩/୨୬ ରିଖ ଦିନ ଏହି ପର୍ବ ଶ୍ରଦ୍ଧା ଭକ୍ତି ଓ ଆନନ୍ଦର ସହ ପାଳନ କରା ଯାଉଛି । ଏ ସବୁ କାର୍ଯ୍ୟକ୍ରମ କୁ ଦାମ ସାମନ୍ତରାୟ ସ୍ବୟଂ ସେବକ ସଂଘର ମାର୍ଗଦର୍ଶନ ରେ ପାଳନ କରାଯାଉ ଅଛି l ସଂଗଠନର ମୁଖ୍ୟ ପ୍ରଫୁଲ ଭାଇ ସୁବ୍ରତ ଭାଇ ପ୍ରଦୀପ ଭାଇ ଓ ସହଯୋଗୀ ଭାଇ ମାନେ ଆନ୍ତରିକତା ର ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ରେ ସହଯୋଗ କରୁଛନ୍ତି l



