ବଡ଼ବିଲ ହରିହର ମନ୍ଦିରର ଚାଳିଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଅବସ୍ଥିତ ବଡ଼ବିଲ ହରିହର ମନ୍ଦିରର ଚାଳିଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମନ୍ଦିରରେ ଏକ ପାର୍ଶ୍ଵରେ ମହାପ୍ରଭୁ ଜଗନ୍ନାଥଙ୍କ ସହ ଚତୁର୍ଦ୍ଧା ମୂର୍ତ୍ତୀ ପୂଜା ପାଉଥିବା ବେଳେ ଅନ୍ୟ ପାର୍ଶ୍ଵରେ ଦେବାଧିଦେବ ମହାଦେବ ପୂଜା ପାଆନ୍ତି ଯାହାକୁ ନେ଼ଇ ଏ ମନ୍ଦିରର ନାମକରଣ ହୋଇଛି ହରିହର ମନ୍ଦିର। ଏହି ହରିହର ମନ୍ଦିରର ସ୍ଥାପନା ଆଯକୁ ୪୦ବର୍ଷ ପୂର୍ବେ ୧୯୮୬ ମସିହାରେ ହୋଇଥିଲା। ଆଜି ବାର୍ଷିକ ଉତ୍ସବ ଅବସରରେ ଭୋର ସମୟରେ ହରିହରଙ୍କ ନିତିକାନ୍ତି ପୂଜାର୍ଚ୍ଚନା ପରେ କଳସ ସ୍ଥାପନ ହୋମଯଜ୍ଞ ପୂଜାପାଠ ଯଥାବିଧି ସହକାରେ କରାଯାଇଥିଲା । ଏହି ପୂଜାପାଠ ସୁବେଦ୍ୟ ବ୍ରାହ୍ମଣଙ୍କ ଦ୍ଵାରା କରାଯାଇଥିବା ବେଳେ ବଡ଼ବିଲ ତହସିଲଦାର ତଥା ମନ୍ଦିରର ସଭାପତି ରାକେଶ କୁମାର ପଣ୍ଡା ଓ ତାଙ୍କ ସହଧର୍ମିଣୀ କର୍ତ୍ତାକର୍ତ୍ତି ଭାବେ ପୂଜାରେ ଯୋଗଦାନ କରିଥିଲେ। ଅପରାହ୍ନ ସାଢେ଼ ପାଞ୍ଚ ଘଟିକା ସମୟରେ ପୂଜା ଯଜ୍ଞର ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା। ଏବଂ ଦ୍ବିପ୍ରହର ସମୟରେ ଶତାଧିକ ସଂଖ୍ୟାରେ ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିବା ବେଳେ ସନ୍ଧ୍ୟା ସମୟରେ ସୁଦୂର ଭୁବନେଶ୍ୱର ସହରରୁ ଆସିଥିବା ତଥା ସ୍ଥାନୀୟ ଅଞ୍ଚଳର କଳାକାର ମାନଙ୍କ ସହଯୋଗରେ ଏକ ସୁନ୍ଦର ଭଜନ ସନ୍ଧ୍ୟାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ହରିହର ମନ୍ଦିରର ବାର୍ଷିକ ଉତ୍ସବକୁ ମନ୍ଦିରର କାର୍ଯ୍ୟକାରୀ ସଭାପତି ପ୍ରଦୀପ ଠକର , ସମ୍ପାଦକ ପ୍ରତାପ କୁମାର ଜେନା, ସହ ସମ୍ପାଦକ ଅଶୋକ ଦାସ ଓ ମନ୍ଦିର କମିଟିର ସମସ୍ତଙ୍କ ସହଯୋଗରେ କରାଯାଇଥିଲା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)


