କୁରୁଡୁଲୁରେ ୨୧ ଜଣ ଶୈବ ସମାଜର ପିଲାଙ୍କ ଉପନୟନ ସଂସ୍କାର ଅନୁଷ୍ଠିତ

ଅନୁଗୋଳ: ଶିବଶକ୍ତି ମନ୍ଦିର ପୂଜକ ମହାସଙ୍ଘ, ଓଡିଶା ଅନୁଗୋଳ ଶାଖା ତରଫରୁ କୁରୁଡୁଲୁ ସ୍ଥିତ ବାବା ଈଶାନେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ୨୧ ଜଣ ଶୈବ ସମାଜର ପିଲାଙ୍କର ପବିତ୍ର ଉପନୟନ ସଂସ୍କାର ଉତ୍ସବ ଧାର୍ମିକ ଆଡମ୍ବର ମଧ୍ୟରେ ଅନୁଷ୍ଠିତ ହୋଇଛି।
ଏହି ପବିତ୍ର କାର୍ଯ୍ୟକ୍ରମ ସଙ୍ଘର ରାଜ୍ୟ ସଭାପତି ଶ୍ରୀ କାମେକ୍ଷା ପ୍ରସାଦ ରଣାଙ୍କ ନେତୃତ୍ୱରେ ସଂପନ୍ନ ହୋଇଥିଲା। ରାଜ୍ୟ ସମ୍ପାଦକ ଶ୍ରୀ ସଞ୍ଜୟ ମହାପାତ୍ର ଓ ରାଜ୍ୟ କୋଷାଧକ୍ଷ ଶ୍ରୀ ସମ୍ବିତ ମହାପାତ୍ରଙ୍କ ସହଯୋଗରେ ଅନୁଗୋଳ ଶାଖାର ସମ୍ପାଦକ ଶ୍ରୀ ଅଜିତ କୁମାର ମହାପାତ୍ର, ଜିଲ୍ଲା ସଭାପତି ଶ୍ରୀ ଭିକାରି ମହାପାତ୍ର, କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରତାପ ମହାପାତ୍ର, କୋଷାଧକ୍ଷ ଶ୍ରୀ କେଶବ ଚନ୍ଦ୍ର ରଣା ଓ ସଙ୍ଘ ପରାମର୍ଶଦାତା ଶ୍ରୀ ବିଦ୍ୟାଧର ମହାପାତ୍ରଙ୍କ ସହିତ ଢେଙ୍କାନାଳ ଜିଲ୍ଲା ସମ୍ପାଦକ ଶ୍ରୀ ସଂଗ୍ରାମ ମହାପାତ୍ର, ଚାରିରାଇଜ ସଭାପତି ଶ୍ରୀ ଅରବିନ୍ଦ ମହାପାତ୍ର ଓ ସଙ୍ଘର ସକ୍ରିୟ ସଦସ୍ୟ ଶ୍ରୀ ବେଣୁଧର ମହାପାତ୍ର, ଶ୍ରୀ ମନୋଜ ମହାପାତ୍ର ଏବଂ ଶ୍ରୀ ଅବିନାଶ ମହାପାତ୍ର ସହ ଜିଲ୍ଲା ଓ ରାଜ୍ୟର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ।
ମନ୍ଦିର ପ୍ରାଙ୍ଗଣ ଭଜନ-କୀର୍ତନ ଓ ବେଦ ମନ୍ତ୍ର ଧ୍ୱନିରେ ମୁଖରିତ ହୋଇଉଠିଥିଲା। ଧାର୍ମିକ ପଦ୍ଧତି ଅନୁଯାୟୀ ସମସ୍ତ ପିଲାଙ୍କୁ ଯଜ୍ଞୋପବୀତ ଧାରଣ କରାଯାଇଥିବା ସହ ଧାର୍ମିକ ଶିକ୍ଷାର ପ୍ରାରମ୍ଭିକ ସଂକଳ୍ପ ଦିଆଯାଇଥିଲା।
ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ କାମେକ୍ଷା ପ୍ରସାଦ ରଣା କହିଥିଲେ ଯେ ହିନ୍ଦୁ ପରମ୍ପରା ଓ ସଂସ୍କୃତିକୁ ସୁରକ୍ଷିତ ଓ ସଶକ୍ତ କରିବା ପାଇଁ ସଙ୍ଘର ଏହି ପ୍ରୟାସ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଶୈବ ସମାଜର ଏକତା ଓ ଆଧ୍ୟାତ୍ମିକ ଜାଗରଣ ପାଇଁ ଏପରି କାର୍ଯ୍ୟକ୍ରମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଉଲ୍ଲେଖ କରିଥିଲେ।
ଏହି ଅବସରରେ ସମାଜର ବିଭିନ୍ନ ଶ୍ରେଣୀର ଲୋକମାନେ ବଡ଼ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ରୁ ମନୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ



