ଶ୍ୟାମା ଚରଣ ପୁରରେ ପଞ୍ଚୁ ଦୋଳ ଉତ୍ସବ
ଢେଙ୍କାନାଳ ତା୦୮.୦୩.୨୦୨୬ ରବିବାର ଶ୍ୟାମା ଚରଣ ପୁର ଆଞ୍ଚଳିକ ବିକାଶ ସମିତି ଆନୁକୁଲ୍ୟରେ ପଞ୍ଚୁ ଦୋଳ ମହୋତ୍ସବ ଧୁମ୍ ଧାମରେ ପାଳିତ ହୋଇ ଯାଇଅଛି। ୦୧.୦୩.୨୦୨୬ ରବିବାର ଓ ୦୨.୦୩.୨୦୨୬ ସୋମ ବାର ଦୁଇ ଦିନ ଆମ୍ଭ ହିନ୍ଦୁ ମାନଙ୍କର ଆରାଧ୍ୟ ରାଧାକୃଷ୍ଣ ଙ୍କର ଯୁଗଳ ମୂର୍ତ୍ତି ଶ୍ୟାମା ଚରଣ ପୁର ଓ ବୋରା ପଦା ଅଞ୍ଚଳ ରେ ବିମାନରେ ଘରେ ଘରେ ବୁଲି ଭୋଗ ଖାଇଥିଲେ । ତା ୦୮.୦୩.୨୦୨୬ ରିଖ ରବିବାର ସଂଧ୍ୟାରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିଙ୍କର ବିମାନ ଗୁଡ଼ିକ ଶ୍ୟାମା ଚରଣ ପୁର ଦୋଳ ଯାତ୍ରା ପଡ଼ିଆରେ ଏକତ୍ରିତ ହୋଇ ଚାଚେରୀ ପ୍ରସେଶନ ରେ ସଂକୀର୍ତ୍ତନ,ଗଉଡ ବାଡି ଖେଳ ,ଘଣ୍ଟା,ଘଂଟ,ପେଙ୍କାଲି ଓ ମାଇକ ବାଜା ସହିତ ୪୦୦ ରୁ ଅଧିକ ଲୋକ ମାନଙ୍କ ହୁଳହୁଳି ଓ ହରିବୋଲ ଧ୍ୱନୀରେ ଧୁମ୍ ଧାମ ର ସହିତ ବାଇ ପାସ ସୁନ୍ଦର ଶୁଣି ମନ୍ଦିର ପର୍ଯ୍ୟନ୍ତ ଯାଇ ସେଠାରୁ ଫେରି ଦୋଳ ପଡ଼ିଆରେ ନିଜ ନିଜର ଆସ୍ଥାନ ରେ ନିଜେ କରିଥିଲେ । ଶ୍ୟାମା ଚରଣ ପୁର ଦୋଳ ପଡ଼ିଆରେ ଭଲ ଭଲ ସୁନାମ ଧନ୍ୟ ଭଜନ କଣ୍ଠ ଶିଳ୍ପୀମାନେ ଭଜନ ପରିବେଷଣ କରିଥିଲେ ,ଅଭିନୟ ଫାଉଣ୍ଡେସନର କୁନି କୁନି କଳାକାର ମାନଙ୍କୁ ନେଇ ରାଧାକୃଷ୍ଣଙ୍କ ଉପରେ ନୃତ୍ୟ ପରିବେଷଣ କରାଯାଇଥିଲା ଏବଂ ଗୋପାଳ ଭାଇ ମାନେ ସୁନ୍ଦର ଲଉଡି ବାଡ଼ିର ଖେଳ ପ୍ରଦର୍ଶନ କରିଥିଲେ ।ପ୍ରାୟ ୧୦୦୦ ଲୋକଙ୍କ ପାଇଁ ପ୍ରସାଦ ର ବନ୍ଦୋବସ୍ତ କରାଯାଇଥିଲା ।ସମସ୍ତ ଅଞ୍ଚଳ ବାସି ଙ୍କ ଘରେ ଘରେ ଚୁଡ଼ା ଘଷା ଓ ଲଡୁ ଭୋଗ ବଣ୍ଟା ଯାଇଥିଲା ।ଶ୍ୟାମା ଚରଣ ପୁର ଆଞ୍ଚଳିକ ବିକାଶ ସମିତି ର ସଭାପତି ଶ୍ରୀଯୁକ୍ତ ଯୋଗୀ ନାଥ ମହାନ୍ତି ଉପସ୍ଥିତ ଥିବା ଅଞ୍ଚଳର ସମସ୍ତ ଭଦ୍ରବ୍ୟକ୍ତି ଓ ଭଦ୍ରମହିଳାମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଦେବା ସହିତ ବିକାଶ ସମିତି ର ସମସ୍ତ କାର୍ଯ୍ୟ କାରି ସଭ୍ୟ ମାନଙ୍କୁ ସେମାନଙ୍କର ସହଯୋଗ ପାଇଁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଇଛନ୍ତି । ବିଶେଷ କରି କିଛି ସଦସ୍ୟଙ୍କ ସହଯୋଗ ଓ ପରିଶ୍ରମ ଯୋଗୁ ଏ ଉତ୍ସବଟି ସଫଳ ହୋଇ ପାରିଛି ,ସେମାନଙ୍କୁ ମୋ ତରଫରୁ ଏବଂ କମିଟି ତରଫରୁ ଧନ୍ୟବାଦ୍ ଜଣାଉଛି ।ସେମାନେ ହେଲେ ସମ୍ପାଦକ,ଶ୍ରୀ ପ୍ରସନ୍ନ ସାହୁ, କୋଷାଧ୍ୟକ୍,ଶ୍ରୀ ଅରୁଣ ମହାନ୍ତି ,ସହ ସମ୍ପାଦକ,ଶ୍ରୀ ସ୍ୱର୍ଣ୍ଣଭାନୁ ଦାସ,ବରିଷ୍ଠ ସଦସ୍ୟ ଶ୍ରୀ ସୁରେଶ ଜେନା,ସର୍ବେଶ୍ଵର ପତି,ବଂଶୀଧର ସ୍ୱାଇଁ,ବୈଦ୍ୟନାଥ ସେନାପତି,ପ୍ରଶାନ୍ତ ମିଶ୍ର ,ଶ୍ୟାମ ସୁନ୍ଦର ତ୍ରିପାଠୀ,କୁଳମଣି ସାହୁ,ଦେବାଶିଷ ତ୍ରିପାଠୀ,ବିରଞ୍ଚି ନାଥ,ନାରାୟଣ ସାହୁ,ଡକ୍ଟର ଭବାନୀ ମିଶ୍ର,ଡାକ୍ତର ବି ବି ଜେନା,ଅଧ୍ୟାପକ ଶରତ ବେହେରା,ରାସମଣୀ ଦାସ ,ହରିଶ ଦାସ, ଭରତ ଦାସ,ପାର୍ଥ ପଟ୍ଟନାୟକ,ମାନସ ପଣ୍ଡା,ଭାନୁ,ମଥୂ,କିରଣ ସୁଶାନ୍ତ ଓ ରତନ। ପୂଜକ ଅରୁ ନନା ଓ ଅନ୍ୟ ସମସ୍ତଙ୍କୁ ସଭାପତି ଶ୍ରୀ ମହାନ୍ତି ଧନ୍ୟବାଦ୍ ଦେବା ସହିତ ଅନ୍ତରରୁ କୃତଜ୍ଞତା ଜ୍ଞାପନ କରିଛନ୍ତି



