ଦ୍ରୁତଗତିରେ ଓ ବେପରୁଆ ଢ଼ଙ୍ଗରେ ଗାଡ଼ି ଚାଳନାରୁ ଦୁର୍ଘଟଣା।
ସ୍ତ୍ରୀ ସାମ୍ନାରେ ସ୍ୱାମୀଙ୍କୁ ଧକ୍କା ଦେଲା ବାଇକ ସ୍ୱାମୀ ଗୁରୁତର।
ବେପରୁଆ ଢ଼ଙ୍ଗରେ ଓ ଦୃତ ଗତିରେ ଗାଡି ଚାଳନା ଯୋଗୁ ଦୁର୍ଘଟଣା। କେନ୍ଦୁଝର ଜିଲ୍ଲାର ଖଣିଜକ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତରେ ଦୁର୍ଘଟଣା, ପଥଚାରି ଙ୍କୁ ଧକ୍କା ଦେଲା ମୋଟର ସାଇକେଲ,ଦୁର୍ଘଟଣାରେ ପଥଚାରିଙ୍କ ଗୋଡ଼ ଭାଙ୍ଗିଲା। ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଝାଡ଼ଗାଁ ନିକଟ ଜାତୀୟ ରାଜପଥ 520 ଶିହଶୁ ମନ୍ଦିର ଛକ ନିକଟରେ । ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ସ୍ୱାମୀ-ସ୍ତ୍ରୀ ଦୁଇଜଣ ହସଖୁସିରେ ରୋଇଡାରୁ ଝାଡ଼ଗାଁ କୁ ଆସି ଉଭୟ ଚାଲିଚାଲି କରି ଭଦ୍ରାସାହି ବ୍ୟାଙ୍କ ଅଭିମୁଖେ ଯାଉଥିବା ବେଳେ ହଠାତ୍ ଏକ ଦ୍ରୁତଗାମୀ ବାଇକ ଆସି ସ୍ୱାମୀଙ୍କୁ ଧକ୍କା ଦେଇଥିଲା।ଧକ୍କା ଏତେ ଜୋରଦାର ଥିଲା ଯେ ସ୍ୱାମୀ ସ୍ତ୍ରୀଙ୍କ ସାମ୍ନାରେ ଉଡିକି ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଭାବେ ଆହତ ହୋଇଥିଲେ। ହଠାତ୍ ଏହି ଦୁର୍ଘଟଣା ଦେଖି ସ୍ତ୍ରୀ ଭୟଭୀତ ହୋଇପଡ଼ିଥିଲେ। , ଦୁର୍ଘଟଣା ଘଟାଇଥିବା ବାଇକ୍ ଚାଳକ ମଧ୍ୟ ଭାରସାମ୍ୟ ହରାଇ ଘୋସାଡ଼ି ହୋଇ ରାସ୍ତା ଉପରେ ପଡ଼ି ଆହତ ହୋଇଥିବା ନେଇ ସୂଚନା। ସେଠାରେ ସ୍ଥାନୀୟ ଲୋକମାନେ ତୁରନ୍ତ ମାନବିକତା ଦେଖାଇ ଆହତ ସ୍ୱାମୀ ଓ ବାଇକ ଚାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ଦୁଇଜଣଙ୍କୁ ଚିକିତ୍ସା କରାଯାଇଥିବା ବେଳେ ବାଇକରେ ଧକ୍କାରେ ରୋଇଡା ଗ୍ରାମ ନିବାସୀ ସୀତାରାମ ଓରାମଙ୍କ ଡାହାଣ ଗୋଡ ଭାଙ୍ଗିଯାଇଥିବା ନେଇ ସୂଚନା। ତାଙ୍କ ଗୋଡ଼ରୁ ଅଧିକ ରକ୍ତସ୍ରାବ ହୋଇଥିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା।ଏହି ଦୁର୍ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଥିବାବେଳେ ସ୍ଥାନୀୟ ଲୋକମାନେ ଦ୍ରୁତଗତି ଓ ବେପରୁଆ ଢ଼ଙ୍ଗରେ ବାଇକ ଚାଳନାକୁ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କହୁଛନ୍ତି।
ଖବରପାଇ ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ଓ ଦୁର୍ଘଟଣା ଘଟାଇଥିବା ବାଇକକୁ ମଧ୍ୟ ଜବତ କରିଥିବା ନେଇ ସୂଚନା
ସ୍ଥାନୀୟ ଲୋକମାନେ ମଧ୍ୟ ଗାଡ଼ି ଚାଳକମାନଙ୍କୁ ସତର୍କତାର ସହ ଧୀର ଗତିରେ ଗାଡ଼ି ଚଳାଇବାକୁ ଅନୁରୋଧ କରିଛନ୍ତି, ଯାହାଦ୍ୱାରା ଆଗାମୀ ଦିନରେ ଏପରି ଦୁର୍ଘଟଣାକୁ ଏଡାଯାଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)