ଦୀର୍ଘ ୮ ବର୍ଷ ର ସଂଘର୍ଷ ପରେ ଅବସର ପ୍ରାପ୍ତ ସୈନିକ ରତି ରଞ୍ଜନ ଜେନା ଙ୍କୁ ଜିଲ୍ଲା ସ୍ଥାୟୀ ଲୋକ ଅଦାଲତ ମାଧ୍ୟମରେ ମିଳିଲା ନ୍ୟାୟ……
ବିଷୟ: ତା ୧୦/୩/୨୦୨୬,ସଦର ବ୍ଳକ ଅନ୍ତର୍ଗତ ଧିରପାଟଣା ଗ୍ରା:ପ, କୃଷ୍ଣ ପ୍ରସାଦ ଗ୍ରାମ ର ରାତି ରଞ୍ଜନ ଜେନା ନିଜ ବାଙ୍କୁଆଳ ମୈ।ଜା ଜମିରେ ଘର କରିବା ପାଇଁ ତା.୭/୫/୨୦୧୮ ମସିହାରେ ବ୍ୟାଙ୍କ ଅଫ୍ ଇଣ୍ଡିଆ , ଢେଙ୍କାନାଳ ଶାଖା ରୁ ଟ ୧୫,୦୦,୦୦୦ ହୋମ ଲୋନ୍ ନେଇଥିଲେ ମାତ୍ର ସେହି ସମୟରେ ପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା PMAY Subsidy scheme ତା ୧/୧/୨୦୧୭ ଠାରୁ ୩୧/୩/୨୦୨୧ ପର୍ଯ୍ୟନ୍ତ ସାରକୁଲାର ରେ ଉଲ୍ଲେଖ ଥିଲା। ଶ୍ରୀ ଜେନା ଗୃହ ଋଣ ନେବା ସମୟରେ, ବ୍ୟାଙ୍କ ପରିଚାଳକଙ୍କୁ କହିଥିଲେ ଯେ PMAY ସବସିଡି ମାଧ୍ୟମରେ ଋଣ ପ୍ରଦାନ କରିବାକୁ। ବ୍ୟାଙ୍କ ମ୍ୟାନେଜର PMAY SUBSIDY Scheme ରେ ଲୋନ୍ ସକ୍ସସନ୍ କରି ଶ୍ରୀ ଜେନା ଙ୍କ ଠାରୁ ଦସ୍ତଖତ ନେଇ ହୋମ୍ ଲୋନ୍ ଦେଇଥିଲେ। ମାତ୍ର ଶ୍ରୀ ଜେନା ସେହି ସମୟରେ ଭାରତୀୟ ସ୍ଥଳ ସେନା ରେ ମୁତୟନ ଥିବାରୁ,ଫୋନ୍ ମାଧ୍ୟମରେ ବ୍ୟାଙ୍କ ମ୍ୟାନେଜରଙ୍କୁ PMAY Subsidy କେବେ ସୂଧା ମିଳିବ ବୋଲି ପଚାରି ଆସୁଥିଲେ, କିନ୍ତୁ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ମିଛ ଆସ୍ଵସନା ଦେଇଆସୁଥିଲେ କି ଆମେ ଦୀଲ୍ଲି ପଠାଇ ଦେଇଛୁ ,ସେଠି ସାକ୍ସନ ହେଲେ ସବସିଡି ମିଳିବ।ଏହା ଅଧୀନରେ, ତିନି ଜଣ ଶାଖା ପରିଚାଳକଙ୍କ ବଦଳି ହେଲା କିନ୍ତୁ ସବସିଡି ମିଳିଲା ନାହିଁ। ନିଜ ଚାକିରି ରୁ ଅଵସର ନେବା ପରେ ଶ୍ରୀ ଜେନା ଶାଖା ପରିଚାଳକଙ୍କ ସହ ସାକ୍ଷାତ କରିଥିଲେ। ମାତ୍ର ସେ କୌଣସି ନା କୌଣସି ମିଥ୍ୟା ପ୍ରତିଶ୍ରୁତି ଦେଇ ଆସୁଥିଲେ। ଶେଷରେ ଶ୍ରୀ ଜେନା ଜିଲ୍ଲା ସ୍ଥାୟୀ ଲୋକ ଅଦାଲତ ର ଦ୍ୱାରସ୍ଥ ତା ୨୭/୧/୨୦୨୫ ରେ ହୋଇଥିଲେ ଏବଂ ବ୍ୟାଙ୍କ ନାମରେ କେସ ଦାୟର କରିଥିଲେ ଯାହା ଫଳରେ ଦିରଘ ୮ ବର୍ଷ ପରେ ଶ୍ରୀ ଜେନା ଙ୍କୁ ମାନ୍ୟବର ଜିଲ୍ଲା ସ୍ଥାୟୀ ଲୋକ ଅଦାଲତ ଉପରୋକ୍ତ ପି.ଏମ .ଏ .ୱାଇ ସାରକୁଲାର ଅନୁସାରେ ଆଜି ତା ୧୦/୩/୨୦୨୬ ରୀତିରେ ତାଙ୍କୁ ଟ ୨.୩୫ ଲକ୍ଷ୍ୟ ର ସବସିଡି ମିଳିବ ବୋଲି ଶ୍ରୀ ଜେନା ଙ୍କ ସପଷର କୋର୍ଟ ନ୍ୟାୟ ଦେଲେ।ଏହା ଦ୍ୱାରା ଶ୍ରୀ ରତି ରଞ୍ଜନ ଜେନା ଜିଲ୍ଲା ସ୍ଥାୟୀ ଲୋକ ଅଦାଲତ ଙ୍କ ନିକଟରେ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି।

April 29, 2026/
No Comments


