
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ନୂଆବଗ ର ଶାଳବଣ ସାହିରେ ସୋମବାର ଅପରାହ୍ନ ରେ ଏକ ବଡ଼ ଧରଣ ଅଗ୍ନିକାଣ୍ଡ ଘଟିଯାଇଛି।

ଶାଳବଣ ସାହି ରେ କୌଣସି କାରଣ ରୁ ନରିଆ ବିଶ୍ୱାଳ, ଗୋଲେଖ ବିଶ୍ୱାଳ, ଗାଣ୍ଡୁ ବିଶ୍ୱାଳ, ଦିବାକର ବିଶ୍ୱାଳ, ସିପୁନ ବିଶ୍ୱାଳ,ଭାସ୍କର ପ୍ରଧାନ, ଙ୍କ ସହିତ 9 ଟି ପରିବାର ର ପ୍ରାୟ 14 ବଖରା ଘର ଭଶ୍ମି ଭୁତ ହୋଇ ଯାଇଚି ଘରେ ଥିବା ସମସ୍ତ ଆସବା ପତ୍ର ସହ ଧାନ ଚାଉଳ ପୋଡି ଛାରଖାର ହୋଇଯାଇଛି। ଏହି ଖବର ଶୁଣିବା ମାତ୍ରେ ହିନ୍ଦୋଳ ର ସାମାଜିକ ଅନୁଷ୍ଠାନ ଛୋଟ ଏକ ପ୍ରୟାସ ସାହାଯ୍ୟ ର ହାତ ବଢ଼ାଇବା ପାଇଁ ଆଗେଇ ଆସିଥିଲା ସମସ୍ତ ଲୋକ ଙ୍କ ପାଇଁ ନୂତନ ବସ୍ତ୍ର ସହିତ ଶୁଖିଲା ଖାଦ୍ୟ ସହଯୋଗ କରିଥିଲା।




