ନୁଆଦିଲ୍ଲୀ: ପେଟ୍ରୋଲ ଡିଜେଲ ଉପରୁ କମିଲା ଏକ୍ସସାଇଜ ଡ୍ୟୁଟି । ଏକ୍ସସାଇଜ ଡ୍ୟୁଟି ହ୍ରାସ କଲେ କେନ୍ଦ୍ର ସରକାର । ପେଟ୍ରୋଲ ଉପରେ ଏକ୍ସସାଇଜ ଡ୍ୟୁଟି ହ୍ରାସ ପାଇଁ ୧୩ରୁ ୩ ଟଙ୍କା ହେଲା । ଡିଜେଲ ଉପରେ କୌଣସି ଏକ୍ସସାଇଜ ଡ୍ୟୁଟି ଲାଗୁ ହେବ ନାହିଁ । ପୂର୍ବରୁ ଡିଜେଲ ଉପରେ ଏକ୍ସସାଇଜ ଡ୍ୟୁଟି ଥିଲା ୧୦ ଟଙ୍କା । ଇରାନ ଓ ଇସ୍ରାଏଲ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ କାରଣରୁ ଭାରତରେ ବି ଶକ୍ତି ସଙ୍କଟ ଦେଖାଦେଇଛି ।
ଏହା ଉପରେ କେନ୍ଦ୍ର ସରକାର ବଡ ପଦକ୍ଷେପ ନେଇଛନ୍ତି । ଡିଜେଲ ଓ ପେଟ୍ରୋଲର ଦାମ ବୃଦ୍ଧି ହେବା ଆଶଙ୍କାରେ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଯୁଦ୍ଧ ପାଇଁ କଞ୍ଚା ତେଲ ଆମଦାନୀ ଅଧାରୁ ଅଧିକ ବାଧାପ୍ରାପ୍ତ ହୋଇଛି । ହେଲେ ଭାରତ ସରକାର ଆଗାମୀ ୬୦ ଦିନ ପାଇଁ ଅନ୍ୟ ସ୍ରୋତରୁ ତୈଳ ଆମଦାନୀ କରିବା ସୁନିଶ୍ଚିତ କରିଛନ୍ତି । ଆମେରିକା- ଇସ୍ରାଏଲ ଓ ଇରାନ ମଧ୍ୟରେ ଲାଗିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)


