ପଂଚାୟତ ଏବଂ ପୌର ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ଓଡିଶାର ପ୍ରସ୍ତୁତି ବୈଠକ
ଓଡିଶାରେ ପଂଚାୟତ ଏବଂ ପୌର ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ଓଡିଶା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୋହିଆ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡିଶା ପ୍ରଭାରୀ ତଥା ଦିଲ୍ଲୀ କ୍ୟାଣ୍ଟ ର ଆପ୍ ବିଧାୟକ ଶ୍ରୀ ବୀରେନ୍ଦ୍ର ସିଂ କାଡିଆନ ପ୍ରସ୍ତାବିତ ଜିଲ୍ଲା ପରିଷଦ ସମ୍ଭାବ୍ୟ ପ୍ରାର୍ଥୀ ଏବଂ ପଦାଧିକାରୀ ମାନଙ୍କୁ ନିର୍ବାଚନ ଲଢ଼ିବା ବିଷୟରେ ସମ୍ବୋଧନ କରିଥିଲେ। ଏହି ବୈଠକରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ପ୍ରାୟ ଦୁଇ ଶହରୁ ଅଧିକ ପଦାଧିକାରୀ ଯୋଗ ଦେଇଥିବା ବେଳେ ଢେଙ୍କାନାଳ ଜିଲ୍ଲାର ୧୪ ଟି ଜିଲ୍ଲା ପରିଷଦ ଜୋନ୍ ର ସମ୍ଭାବ୍ୟ ପ୍ରାର୍ଥୀ / ସଭାପତିଙ୍କ ସହିତ ଜିଲ୍ଲା ପଦାଧିକାରୀ ମାନେ ଯୋଗ ଦେଇଥିଲେ। ଆମ୍ ଆଦମୀ ପାର୍ଟିର ନୀତି ଆଦର୍ଶ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅରବିନ୍ଦ କେଜ୍ରିୱାଲଙ୍କ କାମର ରାଜନୀତିରେ ଅନୁପ୍ରାଣିତ ହୋଇ ଅନେକ ବ୍ୟକ୍ତି ଦଳରେ ଯୋଡିହେଉଛନ୍ତି।



