ଧର୍ମଗଡ଼ରେ ଡିଜିଟାଲ ସ୍ୱ-ଗଣନା ଉପରେ ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ (ଜାଗ୍ରତ ଭାରତ )
ଆସନ୍ତା ୨୦୨୭ ସାଧାରଣ ନିର୍ବାଚନ କୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ଙ୍କ ନିର୍ଦେଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଗଣନା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଆଜିଠାରୁ ଏକ ନୂତନ ଡିଜିଟାଲ‑ଭିତ୍ତିକ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ୱ-ଗଣନା) ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୧୫ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ନାଗରିକମାନେ ସରକାରୀ ଜନଗଣନା ୱେବସାଇଟ se.census.gov.in ପରିଦର୍ଶନ କରି ଏସଇ ଆଇଡି ପ୍ରାପ୍ତ କରିପାରିବେ । ପ୍ରଥମ ଥର ପାଇଁ ସମଗ୍ର ପ୍ରକ୍ରିୟାକୁ ଡିଜିଟାଲ ମାଧ୍ୟମରେ କରାଯିବ। ଗଣନାକାରୀମାନେ ଘରେ ଘରେ ଯାଇ ମୋବାଇଲ ଆପ୍ ମାଧ୍ୟମରେ ତଥ୍ୟ ସଂଗ୍ରହ କରି କେନ୍ଦ୍ରୀୟ ସର୍ଭରକୁ ପଠାଇବେ, ଯାହା ଫଳରେ ସମସ୍ତ ତଥ୍ୟ ସଠିକ ଭାବେ ସଂଗ୍ରହ କରାଯାଇ ପାରିବ।ଡିଜିଟାଲ ପ୍ରଣାଳୀ ଦ୍ୱାରା ପାରଦର୍ଶିତା, କାର୍ଯ୍ୟକୁଶଳତା ଓ ଲୋକମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଇବ, ଯାହା ଜନଗଣନା–୨୦୨୭ କୁ ଅଧିକ ବିଶ୍ୱସନୀୟ ଓ ସଫଳ କରିବ ବୋଲି ଆଜି ଧର୍ମଗଡ ବ୍ଲକ ର ରାଜମୋଟେର, କିର୍କାକାନି, ସନ୍ଧିକୁଳିହାରୀ ଗାଁ କୁ ଯାଇ ଧର୍ମଗଡ ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ ଜନପ୍ରତିନିଧି, ବରିଷ୍ଠ ଅଧିକାରୀ,କର୍ମଚାରୀ ଓ ସଚେତନ ନାଗରିକ ମାନଙ୍କୁ ସ୍ୱ ଗଣନା ରେ ସାମିଲ ହୋଇ ନିଜର ତଥ୍ୟ ଦାଖଲ କରିବା ସହିତ ଅନ୍ୟ ମାନଙ୍କୁ ଅନୁପ୍ରେରିତ କରିବା ପାଇଁ ଅନୁରୋଧ କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ହିମାଞ୍ଚଳ ପ୍ରସାଦ ନାଗ ଏବଂ ପୂର୍ବତନ ବିଧାୟକ ସୁରେନ୍ଦ୍ର ପଟ୍ଟଯୋଶୀ ଙ୍କ ଘରକୁ ଯାଇ ତାଙ୍କୁ ଡିଜିଟାଲ ସ୍ଵ ଗଣନା ରେ ପଞ୍ଜିକରଣ କରିଥିଲେ।
ଏହି ଅବସରରେ ଅତିରିକ୍ତ ତହସିଲଦାର ସମ୍ପଦ ମାଝୀ, ଜନଗଣନା ସୁପରଭାଇଜର ପ୍ରେମଲାଲ ଜଗତ, ଫିଲ୍ଡ ଟ୍ରେନର ଡଃ.କାର୍ତ୍ତିକଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।



