ଭୁବନେଶ୍ୱର, ୦୪/୦୪ : ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲ୍ଲା ଗସ୍ତରେ ଯିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଅକ୍ଟୋବର, ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ । ସମସ୍ତ ଜିଲ୍ଲା ବୁଲିବା ପାଇଁ ବିଧାୟକ ଓ ନେତାଙ୍କୁ କହିଛନ୍ତି ସୁପ୍ରିମୋ । ସାଧାରଣ ନିର୍ବାଚନରେ ବିଜେଡି ଠାରୁ ଦୁରେଇ ଯାଇଥିବା ଲୋକଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ହେଉଛି ।
ବିଜେଡି ସପକ୍ଷରେ ନିର୍ବାଚନ କେମିତି ଯିବ ସେନେଇ କାମ ଆରମ୍ଭ ହେଲାଣି । ଦଳୀୟ ବିଧାୟକଙ୍କ ଠାରୁ ଆରମ୍ଭ କରି ହାରିଥିବା ନେତା ମଧ୍ୟ କାମ ଆରମ୍ଭ କଲେଣି । ପଞ୍ଚାୟତ ସ୍ତରରେ ଯେଉଁମାନେ ଦୁର୍ନୀତି କରିଛନ୍ତି ଏବଂ ଲୋଭ ଓ ଲାଭରେ ଅଛନ୍ତି ସେମାନେ ଦଳ ଛାଡୁଛନ୍ତି । ସେମାନଙ୍କ ପାଇଁ ଦଳ ଉପରେ କିଛି ପ୍ରଭାବ ପଡିବ ନାହିଁ । ଯେଉଁମାନେ ଲୋକଙ୍କ ପାଇଁ କାମ କରୁଛନ୍ତି ସେମାନେ ଦଳ ସହ ଥିବା କହିଛନ୍ତି ବିଜେଡି ବିଧାୟକ ବିଶ୍ବ ରଂଜନ ମଲ୍ଲିକ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-6.jpg)
