ଭୁବନେଶ୍ୱର: ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍। ଏହା ବେଆଇନ୍ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ବଡ଼ ସୂଚନା ଦେଇଛନ୍ତି । କେବଳ ସୀକୃତି ପ୍ରାପ୍ତ ଦୋକାନୀ ବା ଏଜେନ୍ସି ହିଁ ଗ୍ୟାସ୍ ବିକ୍ରି କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ୫ ଲିଟର ଗ୍ୟାସ ସମ୍ପୂର୍ଣ୍ଣ ବନ୍ଦ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।
ଖୋଲାଖୋଲି ବଜାରରେ ଗ୍ୟାସ୍ ବିକ୍ରି ହେଉଥିବାରୁ ଗ୍ୟାସ୍ କଳାବଜାରୀ ବ୍ୟାପକ ହେଉଛି। ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସଙ୍କଟ ଥିବାବେଳେ ଆମ ରାଜ୍ୟରେ ଗ୍ୟାସ୍ ସିଲିଣ୍ଡରକୁ ନେଇ ସଙ୍କଟ ଦେଖାଦେଉଛି ।୩ ଦିନରେ ୧୨୫ ରୁ ଅଧିକା ଗ୍ୟାସ ସଲିଣ୍ଡର ଜବତ । ପ୍ରଶାସନର ପଦକ୍ଷେପ କୁ ନେଇ ଛାନିଆ ଦଲାଲ । କଳା ବଜାରି କରୁଥିବା ଲୋକଙ୍କୁ ଧରିବା ପାଇଁ କୋରାପୁଟ ଜିଲ୍ଲାରେ ଚାଲିଛି ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ । ପୁଲିସ୍ , ପୌର ପାଳିକା, ଯୋଗାଣ ବିଭାଗ ଓ ତହସିଲ ବିଭାଗ ଦ୍ୱାରା ଚାଲିଥିବା ମିଳିତ ଅପରେସନ ରେ କୋରାପୁଟ ଜିଲ୍ଳାର ପ୍ରତିଟି ବ୍ଳକରେ ଚାଲିଛି ଧରପଗଡ଼ ଅଭିଯାନ । ୧୪ ଟି ବ୍ଳକ ରୁ ବର୍ତମାନ ସୁଦ୍ଦା ୧୨୫ ରୁ ଉର୍ଦ୍ଦ ଗ୍ୟାସ ସିଲିଣ୍ଡର କୁ ଜବତ କରି ନିଜ ହିପାଜତରେ ରଖିଛି । ଜୟପୁର ରେ ୮୨ ଟି ରହିଥିବା ବେଳେ ବୋରିଗୁମ୍ମା ରୁ ୩୧ ଟି ଜବତ କରାଯାଇଛି । ପ୍ରତି ଦିନ ଏହି ଅଭିଯାନ ଚାଲିବ, ତେଣୁ ଦଲାଲ ମାନେ ସଜାଗ ହୋଇ ଯାଆନ୍ତୁ ବୋଲି ଚେତାବନୀ ଦେଇଛନ୍ତି ଜିଳ୍ଳା ଯୋଗାଣ ଅଧିକାରାୀ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-6.jpg)
