“ଓଡ଼ିଆ ପକ୍ଷ – ୨୦୨୬” ଉପଲକ୍ଷେ “ଐତିହ୍ୟ ଗଣଦୌଡ”

ଅନୁଗୋଳ, ୦୫.୦୪ : “ଓଡ଼ିଆ ପକ୍ଷ – ୨୦୨୬” ପାଳନ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ଏକ “ଐତିହ୍ୟ ଗଣଦୌଡ” ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଉପରେ ସମ୍ୟକ୍ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବରେ ମାନ୍ୟବର ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ଶ୍ରୀ ପ୍ରଭାତ ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଐତିହ୍ୟ ଗଣଦୌଡ ଅନୁଗୋଳର ଇନଡୋର ହଲ ଠାରୁ ଆରମ୍ଭ ହୋଇ ସହର ପରିକ୍ରମା କରି ଇନଡୋର ହଲଠାରେ ଶେଷ ହୋଇଥିଲା। ଏହି ଗଣଦୌଡରେ ଜିଲ୍ଲାର ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଜାତୀୟ ସମର ବାହିନୀ, ଜିଲ୍ଲା ସ୍କାଉଟ ଛାତ୍ର, ଅନୁଗୋଳ ଜିଲ୍ଲା ଆସୋସିଏସନ୍ ର କ୍ରୀଡାବିତ୍, ଅଭିଭାବକ, ବରିଷ୍ଠ ନାଗରିକ, ସାମ୍ବାଦିକଙ୍କ ସମେତ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ।

ଏହି ଅବସରରେ ଜିଲ୍ଲା ପାଇଁ ସୁନାମ ଆଣିଥିବା କୃତି କ୍ରୀଡ଼ା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ସହ ଅନୁଗୋଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ସମର ବାହିନୀର ମୁଖ୍ୟ ଓ ସହପ୍ରଫେସର ଡକ୍ଟର ରାକେଶ ରଞ୍ଜନ ବେହେରାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମଟିକୁ ଅନୁଗୋଳ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠ ପରିଚାଳନା କରିଥିବା ବେଳେ ଅନୁଗୋଳ ମେରା ଭାରତର ଶ୍ରୀ ତପନ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-6.jpg)
