ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ ଓଡ଼ିଶା ଗସ୍ତରେ ଅଛନ୍ତି। ସେ ସପତ୍ନୀକ ଗଞ୍ଜାମ ଗସ୍ତ କରି ଆଦିଶକ୍ତି ମା’ ତାରାତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ମା’ ଙ୍କ ଦର୍ଶନଲାଭ କରି ଆଶୀର୍ବାଦ ପ୍ରାପ୍ତ କରିବା ସହ ସେ ଦେଶବାସୀଙ୍କ ପାଇଁ ମଙ୍ଗଳ କାମନା କରିଛନ୍ତି।



