ପ୍ରାଇଭେଟ୍ କମ୍ପାନୀ କୁ ବିରୋଧ କରି ଉପ ଜିଲ୍ଲାପାଳ ଙ୍କୁ ଭେଟିଲେ ଧରମପୁର ପଞ୍ଚାୟତବାସୀ
ତାଳଚେର, ୦୯/୦୪ ତାଳଚେର ବ୍ଲକ ଅନ୍ତର୍ଗତ ଧରମପୁର ଏବଂ କଙ୍କିଳି ଗ୍ରାମ ପଞ୍ଚାୟତ ର ଜାଗା ରୁ କୋଇଲା ଖନନ ଓ ଉତ୍ତୋଳନ ପାଇଁ ରୁଙ୍ଗଟା ସନସ ପ୍ରାଇଭେଟ୍ କମ୍ପାନୀ ଟେଣ୍ଡର ପାଇଥିବା ବେଳେ ପ୍ରାଇଭେଟ୍ କମ୍ପାନୀ କୁ ଜମି ଦେବେ ନାହିଁ ବୋଲି 3 ଖଣ୍ଡ ପଞ୍ଚାୟତ ର ଲୋକମାନେ ପୂର୍ବରୁ ନିଷ୍ପତ୍ତି ନେବା ସହ ଅନେକ ବୈଠକ ମଧ୍ଯ ଅନୁଷ୍ଠିତ ହୋଇ ଯାଇଛି। ତାପରେ ମଧ୍ଯ ଦ୍ବାରା ରୁଙ୍ଗଟା କମ୍ପାନୀ ବୋର୍ୱେଲ୍ ସର୍ଭେ ଓ ଡ୍ରିଲିଂ ନିମନ୍ତେ ଆସିଥିଲେ ମଧ୍ୟ ବାରମ୍ବାର ଏହାକୁ ବିରୋଧ କରି ଆସୁଛନ୍ତି ଧରମପୁର ପଂଚାୟତ ବାସୀ। କିଛି ଲୋକଙ୍କୁ ନେଇ ଏକ ମିଟିଂ କରି ବୋରିଂ କାମ କରିବାକୁ ଚାହୁଁଛି ରୁଙ୍ଗଟା କମ୍ପାନୀ। ଯାହାକୁ ନେଇ ଅଞ୍ଚଳ ବାସୀ ବର୍ତମାନ ସେହି ଡ୍ରିଲିଂ କାର୍ଯ୍ୟକୁ କରେଇ ନ ଦେବା ସହ ପ୍ରାଇଭେଟ୍ କମ୍ପାନୀ ଦ୍ବାରା ଆମେ ଜମି ଅଧିଗ୍ରହଣ କରିବାକୁ କେବେ ବି ଦେବୁନାହିଁ ବୋଲି ପୁର୍ବରୁ ଅନେକ ବୈଠକ ହୋଇଥିଲେ ମଧ୍ୟ ଆଜି ପ୍ରାଇଭେଟ୍ କମ୍ପାନୀ ର ଦୁଇଟି ଗାଡ଼ି କିଛି କୁଚକ୍ରୀ ଙ୍କ ସହଯୋଗ ରେ ଡ୍ରିଲିଂ କରିବାକୁ ଆସିଥିଲେ ହେଁ ଅଞ୍ଚଳବାସୀ ପ୍ରତିବାଦ କରିବା ସହ ଡ୍ରିଲିଂ ଗାଡି କୁ ଘଉଡ଼ାଇ ଦେଇଥିଲେ।ପୂର୍ବରୁ ତାଳଚେର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ମଧ୍ଯ ପ୍ରଭେଇଟ କମ୍ପାନୀ ର କୌଣସି କାର୍ଯ୍ୟ ହେବନାହିଁ ବୋଲି ଏକ ସାଧାରଣ ଆଲୋଚନା ହୋଇଥଲା।ଉପ ଜିଲ୍ଲାପାଳ ନିଜେ ଦୁଇଟି ପଂଚାୟତ ଅର୍ଥାତ୍ ଧରମପୁର ଓ କଙ୍କିଳି ର ଲୋକମାନଙ୍କ ଉପସ୍ଥିତି ରେ ଡ୍ରିଲିଂ କମ୍ପାନୀ ସହ କଥା ହେବା ପରେ ଯଦି ସମସ୍ତେ ରାଜି ତେବେ ଡ୍ରିଲିଂ ହେବ ନଚେତ୍ ହେବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ତେବେ କିଛି ବ୍ୟକ୍ତି କମ୍ପାନୀ ସହ ହାତ ମିଶାଇ ବର୍ତମାନ ଧରମପୁର ଅଞ୍ଚଳରେ ଡ୍ରିଲିଂ କାର୍ଯ୍ୟ କରିବା କୁ ପ୍ରୟାସ କରି ଆଜି ନିରାଶ ହୋଇଛନ୍ତି। ତେବେ ଏହି ଡ୍ରିଲିଂ କାମ କୁ ନେଇ ଉଭୟ କମ୍ପାନୀ ଓ ଧରମପୁର ପଞ୍ଚାୟତ ର କିଛି ଲୋକଙ୍କୁ ନେଇ ଉପ ଜିଲ୍ଲାପାଳ ତାଳଚେର ଆଜି ନିଜ ସଭାଘରେ ବୈଠକ କରିଥିଲେ। କିନ୍ତୁ ଅଞ୍ଚଳବାସୀ କେବଳ କିଛି ଲୋକଙ୍କୁ ନେଇ ଏହି ବୈଠକ ନହେଉ ଯଦି ହେବ ସମସ୍ତ ଲୋକ ଙ୍କ ଉପସ୍ଥିତି ରେ ଏହି ବୈଠକ ହେବ ବୋଲି ଧରମପୁର ପଞ୍ଚାୟତ ର ତିନୋଟି ଗ୍ରାମରୁ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ପୁରୁଷ ମହିଳା ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ରେ ଦେଖା କରିବା ସହ ଉଭୟ କଂପାନୀ ଓ ପଞ୍ଚାୟତ ବାସୀ ଙ୍କୁ ନେଇ ବୈଠକ କରିଥିଲେ ଯେଉଁଥିରେ ଉପ ଜିଲ୍ଲାପାଳ କଂପାନୀ କୁ କହିଥିଲେ ଯେ ଯେଉଁ ପର୍ଯ୍ୟନ୍ତ ପଞ୍ଚାୟତ ବାସୀ ରାଜି ନ ହୋଇ ଛନ୍ତି ସେଇ ପର୍ଯ୍ୟନ୍ତ ଡ୍ରିଲିଂ କାମ ଆରମ୍ଭ ହୋଇ ପାରିବ ନାହିଁ, ତେଣୁ ରୁଙ୍ଗଟା କଂପାନୀ ଲୋକ ଙ୍କ ସହ ଗ୍ରାମକୁ ଯାଇ ଆଲୋଚନା କରନ୍ତୁ ଯଦି ଲୋକେ ରାଜି ହେବେ ତେବେ ଏହି ଡ୍ରିଲିଂ କାର୍ଯ୍ୟ ହେବ।



