ସିବିଏସିଇ ଦଶମ ଶ୍ରେଣୀ ପରୀକ୍ଷାରେ ଡ଼ିଏଭି ସ୍କୁଲର ସଫଳତା
଼ତାଳଚେର, ୧୬/୦୪ ତାଳଚେର ସଦ୍ୟ ପ୍ରକାଶିତ ସିବିଏସଇ ଦଶମଶ୍ରେଣୀ ପରୀକ୍ଷାରେ ଡ଼ିଏଭି ଜଗନ୍ନାଥ କ୍ଷେତ୍ରର ଛାତ୍ରଛାତ୍ରୀମାନେ ଆଶାତିତ ସଫଳତା ହାସଲ କରିଛନ୍ତି । ଉତିର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଶ୍ରୀମାନ ତ୍ରିମାନ ପ୍ରଧାନ ୯୯.୪% ପ୍ରଥମ ସ୍ଥାନ, ଅମୃତାଂଶୁ ଦାସ ୯୯% ୨ୟ ସ୍ଥାନ ଏବଂ ମଞ୍ଜୁଲିକା ସାହୁ ୯୮.୬% ନମ୍ବର ରଖି ୩ୟ ସ୍ଥାନ ଅଧିକାର କରିଛନ୍ତି । ବିଦ୍ୟାଳୟର ୬୭ଜଣ ଛାତ୍ରଛାତ୍ରୀ ଶତକଡ଼ା ୯୦% ନମ୍ବର ରଖି ବିଦ୍ୟାଳୟର ଗୌରବ ଆଣିଛନ୍ତି । ଓଡ଼ିଆ, ଗଣିତ, ବିଜ୍ଞାନ, ହିନ୍ଦୀ, ସାମାଜିକ ବିଜ୍ଞାନ, ସଂସ୍କୃତ ଏବଂ କମ୍ପ୍ୟୁଟରରେ ଅନେକ ଛାତ୍ରଛାତ୍ରୀ ପୂର୍ଣ୍ଣ ଅଙ୍କ ୧୦୦ରଖି ବିଦ୍ୟାଳୟର ସୁନାମ ରକ୍ଷା କରିଛନ୍ତି । ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଏହି ସଫଳତା ନିମନ୍ତେ ଅଧ୍ୟକ୍ଷା ଶୁକ୍ଳାଚକ୍ରବର୍ତି, ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

April 16, 2026/
No Comments


