ନୁଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନଧାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର କ୍ୟାବିନେଟ ଆଜି ସେମାନଙ୍କ ମହଙ୍ଗା ଭତ୍ତା ବା ଡିଏ ୨% ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତା ବସିଥିବା କ୍ୟାବିନେଟ ମହାଙ୍ଗା ଭତ୍ତା ବୃଦ୍ଧି ଉପରେ ମୋହର ମାରିଛି।
ମୁଦ୍ରାସ୍ଫୀତି ଓ ବର୍ଷକୁ ଦୁଇ ଥର ଡିଏ ସାଧାରଣତଃ ବୃଦ୍ଧି ପାଇଥାଏ।
କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଜାନୁଆରୀ ଓ ଜୁଲାଇରେ ବୃଦ୍ଧି କରନ୍ତି। ଶିଳ୍ପାଞ୍ଚଳ ଶ୍ରମିକଙ୍କ ଗ୍ରାହକ ଦର ସୂଚକାଙ୍କକୁ ଆକଳନ କରି ସରକାର ଏପରି ପଦକ୍ଷେପ ନିଅନ୍ତି। କିନ୍ତୁ ଚଳିତ ବର୍ଷ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣାରେ ବିଳମ୍ବ ହୋଇଛି। ମହାଙ୍ଗା ଭତ୍ତା ବୃଦ୍ଧି ଘୋଷଣା ହୋଇ ନଥିବାରୁ ଏହାକୁ ନେଇ ଶ୍ରମିକ ସଂଗଠନ ଚିନ୍ତା ପ୍ରକଟ କରିଥିଲେ। ହେଲେ ଏବେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ବିଳମ୍ବ ହେଲେ ମଧ୍ୟ ଆଜି କେନ୍ଦ୍ର କ୍ୟାବିନେଟ ମହଙ୍ଗା ଭତ୍ତା ୨% ବୃଦ୍ଧି କରିଛନ୍ତି। ଫଳରେ କେନ୍ଦ୍ରୀୟ କର୍ମଚାରୀମାନେ ସେମାନଙ୍କ ମୂଳ ଦରମାରେ ଅଧିକ ୨% ଟଙ୍କା ମହଙ୍ଗା ଭତ୍ତା ଆକାରରେ ପାଇବେ। ପୂର୍ବରୁ ସେମାନଙ୍କୁ ୫୮% ଡିଏ ମିଳୁଥିଲା। ଏହା ଏବେ ୬୦% ହୋଇଯାଇଛି।ସଂଶୋଧିତ ଡିଏ ପିଛିଲା ଭାବେ ଜାନୁଆରୀ ୨୦୨୬ରୁ ଲାଗୁ ହେବ। ଏହା କେବଳ ବେତନଭୋଗୀ ନୁହନ୍ତି, ବରଂ ପେନସନଧାରୀଙ୍କ ପାଇଁ ମଧ୍ୟ ଲାଗୁ ହେବ।
ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପ୍ରାୟ ୧ କୋଟି କର୍ମଚାରୀ ଓ ପେନସନଧାରୀଙ୍କୁ ଫାଇଦା ଦେବ।
ଯଦି ଜଣେ କର୍ମଚାରୀଙ୍କ ମୂଳ ଦରମା ୩୦ ହଜାର ରହିଛି, ତା’ହେଲେ ତାଙ୍କୁ ଏଣିକି ମାସିକ ଅଧିକ ୬୦୦ ଟଙ୍କା ମିଳିବ। ପୂର୍ବରୁ ସେମାନଙ୍କୁ ୫୮% ଡିଏ ଅର୍ଥାତ ବର୍ଷକୁ ୧୭,୪୦୦ ଟଙ୍କା ମିଳୁଥିଲା। ଏବେ ଏହା ୬୦%ରେ ପହଞ୍ଚିଥିବାରୁ ସେମାନଙ୍କୁ ବର୍ଷକୁ ୧୮ ହଜାର ଟଙ୍କା ମିଳିବ। ଅର୍ଥାତ ସେମାନେ ଅଧିକ ୬୦୦ ଟଙ୍କା ପାଇବେ। ଆଉ କିଛି ମାସ ପରେ କେନ୍ଦ୍ର ସରକାର ଦ୍ୱିତୀୟ ପର୍ୟ୍ୟାୟ ମହଙ୍ଗା ଭତ୍ତା ସମ୍ପର୍କରେ ବି ଘୋଷଣା କରିବେ।



