ଭୁବନେଶ୍ୱର: ୧୯ରୁ ୨୪ ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମଲହରୀ ଅନୁଭୂତି ହେବ । ଏଥିପାଇଁ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ସ୍କୁଲକୁ ଛୁଟି ଘୋଷଣା କରାଯାଇ ଥିଲା । ପ୍ରଥମେ ବଲାଙ୍ଗିର, ପରେ ସୁବର୍ଣ୍ଣପୁର, କଳାହାଣ୍ଡି ଏବଂ ଏବେ ବୌଦ୍ଧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ପ୍ରବଳ ଖରା ଓ ଗରମକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।
ଆଜିଠାରୁ ଏପ୍ରିଲ ୨୨ ତାରିଖ ଯାଏ ବୌଦ୍ଧ ଜିଲ୍ଲାରେ ସ୍କୁଲ, ଅଙ୍ଗନବାଡି ଛୁଟି ଘୋଷଣା କରାଯାଇଥିବା ବେଳେ କଳାହାଣ୍ଡି, ସୁବର୍ଣ୍ଣପୁର ଏବଂ ବଲାଙ୍ଗିର ଜିଲ୍ଲାରେ ବି ଛୁଟି ଘୋଷଣା କରାଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାରେ ୧୭ରୁ ୨୧ ଯାଏ ସରକାରୀ ସ୍କୁଲ, ବେସରକାରୀ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବା ନେଇ ଘୋଷଣା କରିଛନ୍ତି ଜିଲ୍ଲାପାଳ । ସେହିଭଳି ସପ୍ଲିମେଣ୍ଟାରୀ ପରୀକ୍ଷା ସମୟ ସକାଳ ୭ଟାରୁ ୯ଟା ରଖିବାକୁ ଧାର୍ଯ୍ୟ କରାଯାଇଛି । ସମ୍ବଲପୁରରେ ୨୦ରୁ ୨୨, ନୂଆପଡ଼ାରେ ୨୦ରୁ ୨୨ ପ୍ରାଥମିକ ଠାରୁ ଉଚ୍ଚମାଧ୍ୟମିକ, ଓଏଭି ଆଦି ସ୍କୁଲ ବନ୍ଦ ରହିବ । ଏପରିକି ଅଙ୍ଗନବାଡ଼ି, ଶିଶୁବାଟିକା ମଧ୍ୟ ବନ୍ଦ ରହିବ । ଝାରସୁଗୁଡ଼ାରେ ୨୦ରୁ ୨୩, ମୟୂରଭଞ୍ଜରେ ୨୦ରୁ ୨୩ ଯାଏଁ ସ୍କୁଲ ବନ୍ଦ ରହିବ ବୋଲି ଡିଇଓଙ୍କ କାର୍ଯ୍ୟାଳୟରୁ ସୂଚନା ରହିଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉପକୂଳ ଓଡ଼ିଶାରେ ମଧ୍ୟ ସ୍କୁଲ ଛୁଟି ଘୋଷଣା କରାଯିବ ।
ଭୁବନେଶ୍ୱର: ୧୯ରୁ ୨୪ ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମଲହରୀ ଅନୁଭୂତି ହେବ । ଏଥିପାଇଁ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ସ୍କୁଲକୁ ଛୁଟି ଘୋଷଣା କରାଯାଇ ଥିଲା । ପ୍ରଥମେ ବଲାଙ୍ଗିର, ପରେ ସୁବର୍ଣ୍ଣପୁର, କଳାହାଣ୍ଡି ଏବଂ ଏବେ ବୌଦ୍ଧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ପ୍ରବଳ ଖରା ଓ ଗରମକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଆଜିଠାରୁ ଏପ୍ରିଲ ୨୨ ତାରିଖ ଯାଏ ବୌଦ୍ଧ ଜିଲ୍ଲାରେ ସ୍କୁଲ, ଅଙ୍ଗନବାଡି ଛୁଟି ଘୋଷଣା କରାଯାଇଥିବା ବେଳେ କଳାହାଣ୍ଡି, ସୁବର୍ଣ୍ଣପୁର ଏବଂ ବଲାଙ୍ଗିର ଜିଲ୍ଲାରେ ବି ଛୁଟି ଘୋଷଣା କରାଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାରେ ୧୭ରୁ ୨୧ ଯାଏ ସରକାରୀ ସ୍କୁଲ, ବେସରକାରୀ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବା ନେଇ ଘୋଷଣା କରିଛନ୍ତି ଜିଲ୍ଲାପାଳ । ସେହିଭଳି ସପ୍ଲିମେଣ୍ଟାରୀ ପରୀକ୍ଷା ସମୟ ସକାଳ ୭ଟାରୁ ୯ଟା ରଖିବାକୁ ଧାର୍ଯ୍ୟ କରାଯାଇଛି । ସମ୍ବଲପୁରରେ ୨୦ରୁ ୨୨, ନୂଆପଡ଼ାରେ ୨୦ରୁ ୨୨ ପ୍ରାଥମିକ ଠାରୁ ଉଚ୍ଚମାଧ୍ୟମିକ, ଓଏଭି ଆଦି ସ୍କୁଲ ବନ୍ଦ ରହିବ । ଏପରିକି ଅଙ୍ଗନବାଡ଼ି, ଶିଶୁବାଟିକା ମଧ୍ୟ ବନ୍ଦ ରହିବ । ଝାରସୁଗୁଡ଼ାରେ ୨୦ରୁ ୨୩, ମୟୂରଭଞ୍ଜରେ ୨୦ରୁ ୨୩ ଯାଏଁ ସ୍କୁଲ ବନ୍ଦ ରହିବ ବୋଲି ଡିଇଓଙ୍କ କାର୍ଯ୍ୟାଳୟରୁ ସୂଚନା ରହିଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉପକୂଳ ଓଡ଼ିଶାରେ ମଧ୍ୟ ସ୍କୁଲ ଛୁଟି ଘୋଷଣା କରାଯିବ ।



