କାନନବାଳା ନନ୍ଦ ସ୍ମାରକୀ ରାତ୍ର ଭୋଲିବଲ ଟୁର୍ଣ୍ଣାମେଣ୍ଟ, ବାଲେଶ୍ବର କୁ ହରାଇ ଭୁବନେଶ୍ୱର ଚମ୍ପିୟାନ ।
କେନ୍ଦୁଝର ଜିଲ୍ଲା ବଡ଼ବିଲ ସଂଲଗ୍ନ ବଲାନିଣି ସ୍ଥିତ କାନନବାଳା ବିବେକାନନ୍ଦ ନନ୍ଦ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ବଲାଣି ଭୋଲିବଲ ପଡିଆ ଠାରେ ଦିନିକିଆ ଚତୁର୍ଥ କାନନବାଳା ନନ୍ଦ ସ୍ମାରକୀ ଭୋଲିବଲ ଟୁର୍ଣ୍ଣାମେଣ୍ଟ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ରେ ପଶ୍ଚିମବଙ୍ଗ, ଭୁବନେଶ୍ୱର, ବାଲେଶ୍ୱର ଓ ରାଉରକେଲା ଭଳି ତିନୋଟି ଦଳ ଭାଗ ନେଇଥିଲେ । ଲିଗ ଭିତ୍ତିକ ପର୍ଯ୍ୟାୟରେ ଖେଳାଯାଇଥିବା ଏହି ପ୍ରତିଯୋଗିତାରେ ଭୁବନେଶ୍ୱର ଓ ବାଲେଶ୍ଵର ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରି ଫାଇନାଲକୁ ଉନ୍ନୀତ ହୋଇଥିଲେ । ଫାଇନାଲ ଖେଳ ଅତି ସଂଘର୍ଷପୂର୍ଣ୍ଣ ହୋଇଥିବା ବେଳେ ୨-୧ ସେଟ ରେ ଭୁବନେଶ୍ୱର ଦଳ ଚଳିତ ବର୍ଷର ଚମ୍ପିୟାନ ଆଖ୍ୟା ଅର୍ଜନ କରିବାରେ ସଫଳତା ହାସଲ କରିଥିଲା । ଏହି କ୍ରୀଡା ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ଭାରତୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଶିଷ୍ଟ ଅତିଥି ଭାବେ ବଲାଣି ଖଣିର ମୁଖ୍ୟ ମହାପ୍ରବନ୍ଧକ ମାଲ୍ଲା ଶ୍ରୀନିବାସୁ , ବଲାଣି ଖଣି ସିଏସଆର ଅଧିକାରୀ ସଂଜୀବ କୁମାର, କାନନବାଲା ବିବେକାନନ୍ଦ ନନ୍ଦ ଟ୍ରଷ୍ଟର ଟ୍ରଷ୍ଟି ବିବେକାନନ୍ଦ ନନ୍ଦ ଉପସ୍ଥିତ ଥିଲେ । ପୁରସ୍କାର ବିତରଣ ଉତ୍ସବରେ ଯୋଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ହୋଇ ବଲାଣି ଅଞ୍ଚଳର ଦୁଇ ବରିଷ୍ଠ ଜାତୀୟ ସ୍ତରୀୟ ଭଳିବଲ ଖେଳାଳି ସଲୋମନ ସାହୁ ଓ ଭାସ୍କର ସହଦେଓଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ବିଜେତା ଓ ଉପବିଜେତାଙ୍କୁ ଯଥାକ୍ରମେ ନଗଦ ୨୦ ହଜାର ଓ ୧୫ ହଜାର ସହିତ ଟ୍ରଫି ପ୍ରଦାନ କରାଯିବା ସହିତ ବ୍ୟକ୍ତିଗତ ବିଶେଷ କ୍ରୀଡା ପ୍ରତିଭା ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସମସ୍ତ ଖେଳକୁ ଜାତୀୟ ସ୍ତର ରେଫେରୀ ନିରଞ୍ଜନ ନାୟକ, ସଞ୍ଜୟ କୁମାର ବଳ , ଅମୂଲ୍ୟ ପରିଡା ଓ ଶରତ ବେହେରା ପରିଚାଳନା କରିଥିବା ବେଳେ ଭଷ୍ୟକାର ଭାବରେ ଦର୍ଶକଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଥିଲେ । କୁନା ମହାନ୍ତି, ରୂପକ ଦାସ, ଶିବାଶିଷ ପଣ୍ଡା, ବାପୁ ଜେନା, ବାବୁ ନାୟକ, ଫିରୋଜ ପ୍ରମୁଖ କ୍ରୀଡା ପ୍ରତିଯୋଗିତା ସଫଳ ପରିଚାଳନା କରିବାରେ ସହଯୋଗ କରିଥିଲେ । ଏହି କ୍ରୀଡା ପ୍ରତିଯୋଗିତା ଦେଖିବାକୁ ସ୍ଥାନୀୟ ଅଞ୍ଚଳ ସମେତ ପଡୋଶୀ ଝାଡ଼ଖଣ୍ଡ ଓ ବଡ଼ବିଲ, ଯୋଡ଼ା ଓ କେନ୍ଦୁଝର ଭଳି ଅଞ୍ଚଳରୁ ଦର୍ଶକ ଶତାଧିକ ସଂଖ୍ୟାରେ ଯୋଗ ଦେଇଥିଲେ ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



