ତ୍ରିପୁରା ତାରିଣୀ ଙ୍କ ଛବିଶତମ ବାର୍ଷିକ ଉତ୍ସବ
date -20/04/26,talcher ତାଳଚେର ହାଣ୍ଡିଧୁଆ ସ୍ଥିତ ମା ତ୍ରିପୁରା ତାରିଣୀଙ୍କ ପୀଠରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପବିତ୍ର ଅକ୍ଷୟ ତୃତୀୟା ରେ ବହୁ ଧୂମଧାମରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅନୁଗୋଳ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ଭକ୍ତ ସମାଗମ ହୋଇଥିଲା। ଭକ୍ତ ମାନଙ୍କ ଦ୍ୱାରା ସଂକୀର୍ତନ କରି ଗ୍ରାମ ପରିକ୍ରମା କରାଯାଇଥିଲା। ଶେଷରେ ମାଙ୍କ ଉଦେଶ୍ୟରେ ବିଶ୍ୱ ଶାନ୍ତିପାଇଁ ଯଂଜ୍ଞ କରି ଭକ୍ତମାନଙ୍କୁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା। ଏ ସମସ୍ତ କାର୍ଯ୍ୟ ମନ୍ଦିର ପୂଜାରୀ ପ୍ରଦୀପ ଶତପଥୀଙ୍କ ତତ୍ତ୍ୱବଧାନ ରେ ସମାପନ ହୋଇଥିଲା.



