


ଅକ୍ଷୟ ତୃତୀୟା ଅବସରରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ଵନାଥପୁର ଠାରେ ମହାପ୍ରଭୁ ଜଗନ୍ନାଥଙ୍କ ଘୋଷ ଯାତ୍ରା ଉପଲକ୍ଷେ ରଥ କାଠ ଅନୁକୂଳର ଅୟମାରମ୍ଭ କରାଯାଇଥିଲା। ସଭାପତି ପ୍ରଦୀପ ଘଡେଇ, ଉପ ସଭାପତି ତରୁଣ କୁମାର ଦାସ, ସମ୍ପାଦକ ମନୋରଞ୍ଜନ ବିଶି, ଯୁଗ୍ମ ସମ୍ପାଦକ ଅଜିତ କୁମାର ପ୍ରଧାନୀ, କୋଷାଧ୍ୟକ୍ଷ ଅଚ୍ୟୁତାନନ୍ଦ ଘଡେଇ, ଯୁଗ୍ମ କୋଷାଧ୍ୟକ୍ଷ ଧବଳେଶ୍ଵର ଠେ ଲା ଏବଂ ଉକ୍ତ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷ ତଥା ମାନ୍ୟଗନ୍ୟ ବ୍ୟକ୍ତି ରଘୁବିର ନାଗ, ବଳରାମ ବେହେରା ସରପଂଚ ସୁରଥ ମାଝୀ, ପୂର୍ବତନ ସରପଂଚ ଉଦ୍ଧବ ମାଝୀ, କିଶୋର ହର୍ପାଲ, ହରିହର କୁମାର, ବିରଞ୍ଚି, ଭାସ୍କର ଚନ୍ଦନ, ଆନନ୍ଦ କୁମାର ଓ ଅଞ୍ଚଳ ବାସୀଙ୍କ ଆନୁକୁଲ୍ୟ ଏବଂ ସହାୟତାରେ ଏହି ଭବ୍ୟ କାର୍ଯ୍ୟ କରାଯାଇଥିଲା । ପ୍ରଥମେ ଶିବ ମନ୍ଦିର, ଭୈରବ ପାଟଖଣ୍ଡା ମନ୍ଦିର, ହୀରା ନୀଳା ମନ୍ଦିର, ଠାକୁରାଣୀ ମନ୍ଦିର, ଚଣ୍ଡୀ ମନ୍ଦିର ଏବଂ ପାତ୍ରବୁଢ଼ା ମନ୍ଦିରରୁ ଆଜ୍ଞାମାଳ ଆଣିବା ପରେ ରଥ କାଠ ଅନୁକୂଳ ପୂଜା ନିମନ୍ତେ ମୁଖ୍ୟ ପୂଜକ କୈଳାସ ଚନ୍ଦ୍ର ଦାସ ସହଯୋଗୀ ପୂଜକ ରୁନୁ ଦାସ ଓ କାଳିଆ ଦାସଙ୍କ ଦ୍ଵାରା ପୂଜା କାର୍ଯ୍ୟ କରାଯାଇଥିଲା। ସୁଦୂର ନୟାଗଡ଼ ଠାରୁ ଆସିଥିବା ମୂଖ୍ୟ ମହାରଣା ପ୍ରକାଶ ମହାରଣା ଓ ତାଙ୍କ ସାଥୀ ବାଙ୍କାନିଧି ମହାରଣା ଏବଂ ତିନିଜଣ ସହାୟକ ରଥ ତିଆରି ପାଇଁ କାର୍ଯ୍ୟ ଅନୁକୂଳ କରିଥିଲେ। ଜଗନ୍ନାଥଙ୍କ ଆଶୀର୍ବାଦରୁ ବହୁତ ଦିନର ଆଶା ପୂରଣ ହଉଛି ବୋଲି ସମସ୍ତେ କହନ୍ତି। ପ୍ରାୟ ଏଗାର ବାର ବର୍ଷ ହେଲା ମନ୍ଦିର କାର୍ଯ୍ୟ ଆରମ୍ଭ ହେଇଛି ଓ ବର୍ତ୍ତମାନ ମଧ୍ଯ ଚାଲିଛି ନିର୍ମାଣ କାର୍ଯ୍ୟ। ଶେଷରେ ସମସ୍ତ ଭକ୍ତଙ୍କ ପାଇଁ ଅର୍ଣ୍ଣ ପ୍ରାସାଦର ବ୍ୟବସ୍ଥା ମଧ୍ଯ କରଯାଇଥିଲା।କଳାହାଣ୍ଡିରୁ ବି ତ୍ରିପତି ପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ ।



