ଖଣିସମୃଦ୍ଧ ଅଞ୍ଚଳ ପିଲାଙ୍କୁ ପାଠ ପଢିବାକୁ କରିବାକୁ ପଡୁଛି ଏବେବି ସଂଘର୍ଷ।
ଜୀବନକୁ ବାଜିଲଗାଇ ପାଠ ପଢିବାକୁ ପିଲାମାନେ ସ୍କୁଲ ଯାଉଛନ୍ତି।
ଦ୍ଵୀପ ତଳ ଅନ୍ଧାର ଏହି ଉକ୍ତିଟି ଶୁଣିବାକୁ ମିଳେ କିନ୍ତୁ ଖଣି ସମୃଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ବାସ୍ତବ ରୂପ।କେନ୍ଦୁଝର ଜିଲ୍ଲାର ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଏକ ସମୃଦ୍ଧ ଓ କୁବେରପୁରି ନିର୍ବାଚନ ମଣ୍ଡଳୀ ଭାବରେ ପରିଗଣିତ ହେଉଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀ ରୁ ପ୍ରତ୍ୟେକ ଦିନ କୋଟିକୋଟି ଟଙ୍କାର ରାଜସ୍ବ ସରକାର ପାଇଥାନ୍ତି। କୋଟିକୋଟି ଟଙ୍କାର ରାଜସ୍ବ ଏହି ନିର୍ବାଚନ ମଣ୍ଡଳୀରୁ ପାଉଥିଲେ ହେଁ ଅବହେଳିତ ଅବସ୍ଥାରେ ରହିଛି ଏହି ନିର୍ବାଚନ ମଣ୍ଡଳୀ। ବିଭିନ୍ନ କଳକାରଖାନା, ବହୁ ସଂଖ୍ୟାରେ ଖଣି ଓ ବଡ଼ବଡ଼ କମ୍ପାନୀ ମାନ ରହିଥିଲେ ହେଁ ଲୋକଙ୍କ ଯାଉନି ଦୁଃଖ। ଯୋଡ଼ା ବ୍ଳକ ଅନ୍ତର୍ଗତ ବଲାଣି ବାଲାଗୋଡ଼ା ଦେଇ ଯାଇଥିବା କାରୋ ନଦୀର ଉପର ମୁଣ୍ଡ ଗାଁ ରେ ରହୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଦୁମୁର୍ତ୍ତା, ଶଙ୍ଖଝର୍, ଚମ୍ପୁଆ ବସ୍ତି ଗାଁ ଲୋକେ ପାଖରେ କାରୋ ନଦୀ ଥିବାରୁ ଉକ୍ତ ନଦୀ ଦେଈ ଆରପାର ଥିବା ଗାଁ କୁ ଯା ଆସ କରିବାକୁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ଗାଁ ର ଅଧିକାଂଶ ପିଲା ବାଲାଗୋଡ଼ା, ବଲାଣି ରେ ପାଠ ପଢିବା ପାଇଁ ଯାଇଥାନ୍ତି। ହେଲେ ଏହି କାରୋ ନଦୀ ଥିବାରୁ ବର୍ଷା ଦିନରେ ପ୍ରାୟ ପାଞ୍ଚ ଛୋ କିଲୋମିଟର ଦେଇ ଯିବା ଆସିବା କରିଥାନ୍ତି। ଏବେ ନଦୀରେ ପାଣି କମ୍ ଥିବାରୁ ଏକ ବିଦ୍ୟୁତ ଖୁଣ୍ଟକୁ କୂତ୍ରିମ ପୋଲ ଭାବରେ ବ୍ୟବହାର କରି ପିଲାମାନେ ଯିବା ଆସିବା କରୁଛନ୍ତି । ତେବେ ଏହି ଚମ୍ପୁଆ ବସ୍ତି ନିକଟରେ ସ୍ଥାୟୀ ଭାବରେ ପୋଲ କିମ୍ବା ରାସ୍ତା ଠିକ୍ ନଥିବାରୁ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ କରୁଥିବା ଦେଖିବାକୁ ମିଳୁଛି। ତେବେ ଉକ୍ତ ଗ୍ରାମର ଲୋକେ ଓ ଛାତ୍ର ଛାତ୍ରୀ ମାନେ କହିଛନ୍ତି ଯେ ଏହି ଜାଗାରେ ସ୍ଥାୟୀ ଭାବରେ ପୋଲ ନିର୍ମାଣ କଲେ ଯାତାୟାତ ପାଇଁ ଓ ପାଖ ଗାଁ ଲୋକ ଙ୍କ ସହ ଯୋଗାଯୋଗ ଠିକ୍ ଭାବରେ କରିପାରନ୍ତେ। ଦେଖିବାକୁ ବାକି ରହିଲା କି ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ କି ପ୍ରକାରର ପଦକ୍ଷେପ ଗ୍ରହଣ କରିବା ସହ ଏହି ସ୍ଥାୟୀ ପୋଲର କାମ ଆରମ୍ଭ କରାଯାଉଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



