ଭୁବନେଶ୍ୱର: ବିଜେପିର ଜନ ଆକ୍ରୋଶ ମହିଳା ପଦଯାତ୍ରାରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି, ୧୭ ତାରିଖରେ ବିରୋଧୀ ଦଳ ମହିଳାଙ୍କୁ ଅଧିକାରରୁ ବଞ୍ଚିତ କଲେ ଏହା ମୋଦିଙ୍କ ପରାଜୟ ନୁହେଁ, ଏହା ସମଗ୍ର ମହିଳାଙ୍କ ପାଇଁ ଶକ୍ତ ଧକ୍କା । ମୋଦିଙ୍କ ଉପରେ ନାରୀମାନଙ୍କ ଭରସା ଅଛି, ଆଗାମୀ ଦିନରେ ଏହା ପୂରଣ ହେବ । ନାରୀଙ୍କ ଅଧିକାର ପାଇଁ ଲଢେଇ ଜାରି ରହିବ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଯେଉଁ ନାରୀ ପରିବାର ଚଳାଏ, ସେ ରାଷ୍ଟ୍ରର ନୀତି ନିର୍ଦ୍ଧାରଣ ବି କରିପାରିବ । ସୁରମା ପାଢୀ ଓ ପ୍ରଭାତୀ ପରିଡା ଦକ୍ଷତାର ସହ ନେତୃତ୍ୱ ନେଉଛନ୍ତି । ମୁଖ୍ୟ ସାସନ ସଚିବ ଭାବେ ମହିଳାଙ୍କୁ ଦାୟିତ୍ୱ ଦିଆଯାଇଛି । ଏହା ସମୃଦ୍ଧ ଓଡିଶାର ଆରମ୍ଭ ମାତ୍ର ଏଭଳି ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।



