“ଗୋଡଭଗାରେ ହନୁଆଁପାଟ ଆଞ୍ଚଳିକ ଉନ୍ନୟନ କମିଟୀ ଗଠିତ”
ବରଗଡ:୨୩/୪(ପବିତ୍ର ମେହେର) ଗୋଡଭଗା ଅଞ୍ଚଳର ସାମଗ୍ରିକ ବିକାଶ ତଥା ଅଞ୍ଚଳର ଉନ୍ନୟନ କାର୍ଯ୍ୟର ତଦାରଖ ପାଇଁ ସତୀଜୋର ହନୁଆଁପାଠ ପୀଠରେ ଗୋଡଭଗା ଆଞ୍ଚଳିକ ଉନ୍ନୟନ କମିଟୀ ଗଠନ ହୋଇଯାଇଛି । ଗୋଡଭଗା ଅଞ୍ଚଳର ୫ଟି ଗ୍ରାମ ଯଥା ଗୋଡଭଗା,କେନ୍ଦୁପାଲି,ଗତତିଆପାଲି,କୁଜାପାଲି ଓ ଭୋଇଟିକ୍ରା ଗ୍ରାମର ୭୫ଜଣ ଯୁବକଙ୍କୁ ଏଥିରେ ସଦସ୍ୟ ଭାବେ ସାମିଲ କରାଯାଇଛି । କମିଟୀରେ ସଭାପତି ଭାବେ ଦୁର୍ଲଭ ପ୍ରଧାନ,ଉପସଭାପତି କମଲାକାନ୍ତ ଛନ୍ଦ, ଚକ୍ରଧର ମଠା,ପ୍ରମୋଦ ପ୍ରଧାନ ସମ୍ପାଦକ ପଞ୍ଚାନନ ପ୍ରଧାନ ସହ ସମ୍ପାଦକ ମାଧବ ପ୍ରଧାନ,ଶିଶିର ବାରିକ କ୍ୟାସିୟର ଅଜିତ ସିଂ ଓ ଉେଦେଷ୍ଟା କମିଟୀରେ ଲକ୍ଷ୍ମଣ ଭୋଇ,ସଚ୍ଚିଦାନନ୍ଦ ପ୍ରଧାନ,ବିଶ୍ୱ ଭୋଇ,ମଧୂସୁଦନ ବାରିକଙ୍କୁ ମନୋନୀତ କରାଯାଇଛି । ଏହି କମିଟୀ ଆଗାମୀ ଦିନରେ ଗୋଡଭଗା ଅଞ୍ଚଳର ଉନ୍ନୟନ କାର୍ଯ୍ୟ କରିବା ସହ ଅଞ୍ଚଳର ସାମଗ୍ରିକ ବିକାଶରେ ସହାୟକ ହେବା ସହ ଦୁର୍ନିତି ବିରୁଦ୍ଧରେ କାର୍ଯ୍ୟ କରିବ ବୋଲି କମିଟୀର ଉପଦେଷ୍ଟା ମଣ୍ଟଳୀ ମତ ପ୍ରକାଶ କରିଛନ୍ତି ।



