ଗମ୍ଭାରିପଙ୍କ ରେ ଚୋବିଶି ପ୍ରହରୀ ନାମଯଜ୍ଞ

ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ୍ କୁକୁଡ଼ାପାଲି ପଞ୍ଚାୟତ ଗମ୍ଭାରିପଙ୍କ ଗ୍ରାମ ରେ କାହିଁ କେତେ ଦିନରୁ ପ୍ରତି ବର୍ଷ ପରମ୍ପରା ଅନୁଯାୟି ଚାଲିଆସିଛି ନାମଯଜ୍ଞ | ଏହି ଗ୍ରାମ ନାମସଂକୀର୍ତ୍ତନ ପାଇଁ ପ୍ରସିଦ୍ଧି ଲାଭ କରିଛି | ଯେତେବେଳେ ଗମ୍ଭାରିପଙ୍କ ର ନାମଯଜ୍ଞ କଥା ପଡ଼େ ଛତିଶଗଡ଼ ରୁ ବଉଦ୍ ପର୍ଯ୍ୟନ୍ତ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇଥାନ୍ତି |ସୁଦୂର କଳାହାଣ୍ଡି ରୁ ଆସିଥିବା ମହିଲା ସଂକୀର୍ତ୍ତନ ମଣ୍ଡଳୀ ପରିବେଶଣ କରିଥିଲେ ଯାହା ନାରୀ ସଶକ୍ତିକରଣ ପାଇଁ ଉଦାହରଣ। ଏହି ବର୍ଷ ଗ୍ରାମବାସୀ ଏକାଠି ହୋଇ ସମସ୍ତ ଆୟୋଜନ କରିଛନ୍ତି | ଗତ 22 ତାରିଖରୁ ଆରମ୍ଭ ହୋଇ 26 ତାରିଖରେ ପୂର୍ଣ୍ଣାହୁତି ହେବାର ସ୍ଥିରୀକୃତ ହୋଇଅଛି | ଏହି ଗ୍ରାମ ନାମସଂକୀର୍ତ୍ତନ ର ବିଶେଷତ୍ୱ ହେଲା ଆନନ୍ଦବଜାର | ବୈଠକୀ ପରେ ନଗରଭ୍ରମଣ ମୁଖ୍ୟ ଆକର୍ଷଣ ହୋଇଥିବାବେଲେ ପର ଦିନ ହଲ୍ଦି କୀର୍ତ୍ତନ ସମସ୍ତଙ୍କ ମନ ମୋହିଥାଏ |
ଏଥର କର୍ତ୍ତା ଭାବରେ ପଙ୍କଜ ପଧାନ ଓ ଲୁସିରାଣି ପଧାନ ଦାଇତ୍ବ୍ ନେଇଥିଲେ |

ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଉଜ



