ପିକଅପ ଧକ୍କାରେ ମାମୁଁ, ଭଣଜାଙ୍କ ମୃତ୍ୟୁ
ଜୁନାଗଡ଼,୨୬।୪()-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବୁଡିପଦର ଛକ ଛକ ଠାରେ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଅଜଣା ପିକଅପ ଧକ୍କାରେ ୨ ମାମୁଁ, ଭଣଜାଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ ଜୁନାଗଡ଼ ବ୍ଲକ ଚିକଲି ଗାଁର ମୁକେଶ ନାଗ (୧୮) ଓ ମାଟିଗାଁର ମହେନ୍ଦ୍ର ନାଏକ (୧୩) । ଓଡ଼ି୦୮ଭି ୭୧୧୨ ନଂ ନାମକ ଏକ ବାଇକ ରେ ସେମାନେ ଜୁନାଗଡ଼ କୁ ଯାଉଥିବାବେଳେ ବୁଡିପଦର ଛକ ଠାରେ ଏକ ଅଜଣା ପିକଅପ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପଟେ, ଦୁର୍ଘଟଣା ଘଟାଇ ଥିବା ପିକଅପଟି ଘଟଣା ସ୍ଥଳରୁ ଫେରାର ମାରିଥିବା ଜଣାପଡିଛି। ଖବର ପାଇ ଜୁନାଗଡ଼ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।କଳାହାଣ୍ଡି ଜୁନାଗଡ଼ରୁ ବାଲେଶ୍ୱର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ!



