ଉତ୍କଳ ଗୌରବ ମଧୁସୂଦନ ଜୟନ୍ତୀ ପାଳନ କଲା ଆପ୍
ଢେଙ୍କାନାଳ : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ ଅବସରରେ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ଏକତ୍ରିତ ହୋଇ ସ୍ଥାନୀୟ କୋର୍ଟ ପାଖ ମଧୁବାବୁ ଙ୍କ ପ୍ରତିମୂର୍ତ୍ତିରେ ଧୂପଦାନ ସହିତ ପୁଷ୍ପମାଲ୍ୟ ଅର୍ପଣ କରି ମଧୁବାବୁ ଏବଂ ଉତ୍କଳ ପ୍ରଦେଶ ସମ୍ମାନାର୍ଥେ ବିଭିନ୍ନ ଜୟଗାନ ନାରାବାଜି କରିଥିଲେ । ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଯୋଗଦେଇ ଅଭିଭାଷଣରେ କହିଥିଲେ ଯେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ମିଶାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସେ ଆଜୀବନ ସଂଗ୍ରାମ ଯୋଗୁଁ ୧ ଏପ୍ରିଲ୍ ୧୯୩୬ ରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠିତ ହୋଇଥିଲା ଏବଂ ଏଥିପାଇଁ ତାଙ୍କୁ _‘ଉତ୍କଳ ଗୌରବ’_ ଉପାଧି ମିଳିଥିଲା। ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ ବାଲ୍ୟ ବିବାହ, ଅସ୍ପୃଶ୍ୟତା ବିରୋଧରେ ଲଢ଼େଇ, ନାରୀମାନଙ୍କୁ ଶିକ୍ଷିତ କରିବା ସନ୍ଦର୍ଭରେ କହିଥିଲେ। ଜିଲ୍ଲା କୋଷାଧ୍ୟକ୍ଷ ତଥା ଅବସର ପ୍ରାପ୍ତ ଶିକ୍ଷକ କବିଜ୍ୟୋତି ନିରଞ୍ଜନ ପତି ଉତ୍କଳ ଗୌରବ ମଧୁସୂଦନ ଏବଂ ଓଡ଼ିଶା ବିଷୟରେ ଏକ କବିତା ପାଠ କରିଥିଲେ। ଏହା ବ୍ୟତୀତ ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ସାମଲ, ସଦର ନିର୍ବାଚନ ମଣ୍ଡଳୀ ସଭାପତି ଚିତ୍ତରଞ୍ଜନ ପାଣି, ନଗର ସଭାପତି ଦେବାଶିଷ ନନ୍ଦ, ଉପସଭାପତି ବିଜୟ କୁମାର ଦାସ, ସୋମନାଥ ଦାଶ, ଜୟଦେବ ବେହେରା, ପ୍ରସନ୍ନ ବରାଳ, ପ୍ରଶାନ୍ତ ନନ୍ଦ, ଯୁଧିଷ୍ଠିର ଦାସ ପ୍ରମୁଖ ଯୋଗଦେଇ ଉତ୍କଳ ଗୌରବ ମଧୁସୂଦନଙ୍କ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପିତାମ୍ବର ସାମନ୍ତରାୟ, ଚିନ୍ମୟ ସେନାପତି, ଜୟନ୍ତ ଦାସ, ଗୋବିନ୍ଦ ସାହୁ, କବି ନାଏକ ପ୍ରମୁଖ ଉପସ୍ଥିତ ଥିଲେ।



