ନିଖିଳ ଓଡିଶା ଏମ.ଡି.ଏମ ପାଚିକାସଂଘ ର ମହିଳା ଦିବସ ପାଳିତ ହୋଇଯାଇଛି!

କଳାହାଣ୍ଡି :-(ବାଲେଶ୍ୱର ସୁନାନୀ )ତା 1/5/ ଜୁନାଗଡ଼ ସହାୟିକା ସଂଘ( AITUC) ତରଫରୁ ମଇ ଦିବସ ବଳଦିଆମାଳ ଠାରେ ପାଳନ କରାଯାଇଛି l ଏହି ଅବସରରେ ବରିଷ୍ଠ ପାଚିକା ସାଥି ମାଗୁଣି ଦଳାଇ ସଭାପତିତ୍ବ କରି ଥିବା ବେଳେ l ସମଗ୍ର ବିଶ୍ୱ ରେ ଶ୍ରମିକ ମାନଙ୍କର ଲଢେଇ ର ଇତିହାସ ସହ ମଇ ଦିବସ ପାଳନ କରାଯାଇଛି, ଏହି ସମ୍ପର୍କରେ ରାଜ୍ୟ ସଭାପତି ଅକ୍ଷୟ କୁମାର ମେହେର ମନ୍ତବ୍ୟ ରଖି ଥିଲେ l ଆଗାମୀ ଦିନରେ ପାଚିକା ସହାୟିକା ମାନଙ୍କ ପାଇଁ ଏହି ସଙ୍ଘଠନ ସର୍ବ ନିମ୍ନ ମଜୁରୀ, ସାମାଜିକ ସୁରକ୍ଷା, ବୀମା ଭୁକ୍ତ, ବର୍ଷକୁ 12 ମାସର ଦରମା, ଅବସରରେ ଭତ୍ତା ପ୍ରଦାନ, ବର୍ଷକୁ 2 ଯୋଡ଼ା ଶାଢ଼ୀ ପ୍ରଦାନ, ବୟସ ସୀମା 65 ବର୍ଷକୁ ବୃଦ୍ଧି ଆଦି ଦାବୀ ସହ ଚାରିଗୋଟି ନୂତନ ଶ୍ରମ କୋଡ଼ ରଦ୍ଧ,ସମାନ କାମକୁସମାନ ଦରମା, ସମସ୍ତ ଙ୍କୁ କାମ ଯୋଗାଇବା,ସାମାଜିକ ସୁରକ୍ଷା ଆଦି ଦାବୀ ନେଇ ଏହି ଶ୍ରମ ଦିବସ ରେ ଆଲୋଚନା ସହ ଆଗାମୀ ଦିନରେ ଏହି ସବୁ ଦାବୀ ପାଇଁ ଜୋରଯାର ଲଢେଇ ସହ ଆନ୍ଦୋଳନ ପାଇଁ ସମସ୍ତେ ସଂକଳ୍ପ କରିଥିଲେ l ଏହି ମଇ ଦିବସ ପାଳନ କାର୍ଯ୍ୟକ୍ରମ ରେ ଅବନ୍ତୀ ଦଣ୍ଡସେନା,କବିତା ଖରସେଲ, ଅଲାଦିନ ପ୍ରଧାନୀ,ସଜ ଗୁରୁ,ଶବ୍ୟାସୁକାନ୍ତି ରଣା, କଲାସ ରଣା,ବିନାୟକ ଶାଗଡିଆ, ପଦ୍ମିନୀ ତାଣ୍ଡି, ତୁଳସା ଭୋଇ, ସପୁରି ନାଏକ,ଗୋମତୀ ରାଉତ,ରଜନୀ ନାଗ,ତୁଲାରାମ ବାଗ,ନମିତା ନାଗ,ସନ୍ଧ୍ୟା ବାଗ,ହିରନ ନାଏକ ବିଶ୍ୱ କୁ ଶ୍ରମ ର ଆବଶ୍ୟକ ଏବଂ ସମାଜ କୁ ଆଗକୁ ଉନ୍ନତି ର ସୀମା କୁ ପହଂଚିବା ପାଇଁଶ୍ରମିକ ର ସବୁ ଦାବୀ, ବ୍ୟବସ୍ଥା ପାଇଁ ସବୁ ସଂସ୍ଥା ହୃଦବୋଧ କରିବା ଆବଶ୍ୟକ ବୋଲି ନିଜନିଜ ର ମନ୍ତବ୍ୟ ରଖି ଥିଲେ ଓ ଶେଷରେ ମାଗୁଣି ଦଳାଇ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସମାପ୍ତ କରିଥିଲେ l



