ବି କେ ବି ହାଇସ୍କୁଲ 2003 ବ୍ଯାଚ ପିଲାଙ୍କ ଗୁରୁପୂଜନ ଓ ବନ୍ଧୁମିଳନ

ରାଜକନିକା ବ୍ଲକ ଅନ୍ତର୍ଗତ ପାରିନୂଆପଡା ହାବଳଗଣ୍ଡ ପଞ୍ଚାୟତ ଅନ୍ତର୍ଗତ ହାବଳଗଣ୍ଡ ପାଟଣାସ୍ଥ ବି କେ ବି ଉଚ୍ଚ ବିଦ୍ୟାଳୟ ପରିସରରେ 2003 ମାଟ୍ରିକ ବ୍ଯାଚ ର ଛାତ୍ରଛାତ୍ରୀମାନଙ ଦ୍ଵାରା ଗୁରୁପୂଜନ ଓ ବନ୍ଧୁମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।

ପ୍ରଭାତରୁ ମଠାଧିଶ ବାବା ବିଷ୍ନୁ ଗୋସାଇଁ ଙ୍କ, ବିଜେସ୍ଥଳୀ ବାଞ୍ଛାପାଳ ମଠ ରେ ପୂଜାର୍ଚ୍ଚନା କରାଯାଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା. ପୁରାତନ ଛାତ୍ର ରଶ୍ମିରଞ୍ଜନ ରାୟ ଙ୍କ ସଂଯୋଜନା ଓ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ସାମଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବର୍ଷିୟାନ୍ ଶିକ୍ଷାବିତ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ବର ନନ୍ଦ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ. ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ରାହାସ ବିହାରୀ ମହାନ୍ତି,ସମ୍ମାନିତ ବକ୍ତା ଭାବରେ ମିହିର କୁମାର ବିଶ୍ବାଳ ଓ ହୃଷୀକେଶ ସାହୁ ଏବଂ ସମ୍ମାନିତ ଅତିଥି ଭାବରେ ପଣ୍ଡିତ ଦିବାକର ଦାଶ, ଶିକ୍ଷାବିତ ପ୍ରଫୁଲ୍ଲ କୁମାର ସୁତାର , ରତିକାନ୍ତ ଦାସ,ଅଭିମନ୍ୟୁ ବାରିକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନିରୋଦ ପରିଡା,ଗିରୀଶ ଚନ୍ଦ୍ର ଦାସ, ବାସୁଦେବ ବିଶ୍ଵାଳ, ବଳରାମ ଦାଶ, ମୁରଲୀଧର ଖଟୁଆ ଶିକ୍ଷୟିତ୍ରୀ ରାଜଶ୍ରୀ ପ୍ରିୟଦର୍ଶିନୀ ବେହେରା, ରୋଜି ଦେହେରୀ, ପ୍ରଜ୍ଞା ରାଣୀ ଦାସ ପ୍ରମୁଖ ଯୋଗ ଦେଇ ଅତୀତର ସ୍ମୃତି ରୋମନ୍ଥନ କରିଥିଲେ. ଅନ୍ୟମାନଙ୍କ ମଧ୍ୟରେ ଛାତ୍ର ନିହାର ରଂଜନ ନାୟକ, ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସ୍ଵାଗତ ଅଭିଭାଷଣ ଦେଇଥିଲେ. ବନବିହାରୀ କରଣ, ରତିକାନ୍ତ ମଲ୍ଲିକ, ସରୋଜ କୁମାର ରାଉତ, ଅମରସେନ ଖଟୁଆ, ,କିଶୋର ଖଟୁଆ , ମହାମାୟା ସେନାପତି, ରୋଜିନା ରାଉତ, ରୋଜିନା ବାରିକ, ପ୍ରମୁଖ ନିଜ ନିଜର ଅନୁଭୂତି ବାଣ୍ଟିଥିଲେ. ଶେଷରେ ମୀନତି ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ. ସମସ୍ତ କାର୍ଯ୍ୟକ୍ରମ କୁ ପିତାମ୍ବର ରାଉତ,ଅନୁପ କୁମାର ପରିଡା, ବିଭାଶିନୀ କରଣ, ଦିପ୍ତିପ୍ରକାଶ ନାୟକ,ପ୍ରିୟତମ ପଣ୍ଡା, ଅମର ରାଉତ, ଲିଟୁ ମଳିକ, ଗଜେନ୍ଦ୍ର ସେନାପତି,କାଳିପ୍ରସାଦ ସେନାପତି ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ. ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟ ତରଫରୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ କରାଯାଇଥିଲା।




