ଭୁବନେଶ୍ୱର: ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କର୍ମକର୍ତ୍ତାଙ୍କ ଗହଣରେ ପାଳିଲେ ବିଜୟ ଉତ୍ସବ । ଆଜି ୫ ରାଜ୍ୟର ନିର୍ବାଚନ ଫଳାଫଳ ଗଣତି କରାଯାଉଛି । ଆସାମ, ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ପୁଡୁଚେରୀରେ ନିର୍ବାଚନ ଫଳାଫଳ ଗଣତି କରାଯାଉଛି । ଆସାମ, ପଶ୍ଚିମବଙ୍ଗରେ ବିଜେପି ଜିତିବା ଖୁସିରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଖୁସି ମନାଉଛନ୍ତି ବିଜେପି କର୍ମୀ ।
ଗେରୁଆ ରଙ୍ଗ ଦେହରେ ଢାଳି, ଝଆଲମୁଢି ଖାଇ ବେଶ ଆନନ୍ଦ ଅଛନ୍ତି ବିଜେପି କର୍ମୀ । ବେଙ୍ଗଲରେ ଟିଏମସି ଓ ବିଜେପି ମଧ୍ୟରେ ଛକାପଞ୍ଝା ରହିଥିଲା । ଯାହାକି ବେଙ୍ଗଲ ଦଖଲ କରିଛି ବିଜେପି । ସେହିପରି ଆସାମରେ ପୁଣି ହିମନ୍ତ ହାଟ୍ରିକ ମାରିଛନ୍ତି ।



