ବିଶିଷ୍ଟ କଳାକାର ଜଗନ୍ନାଥ ରାଉତ ଙ୍କ ପରଲୋକ
ଭଟଲି :- ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଡବଲଙ୍ଗ ଗ୍ରାମର ବରିଷ୍ଠ ଭାଗବତ ମେଳା କଳାକାର ଓ କରମ ସାନି କଳାକାର ତଥା ରେଡ଼ିଓ ପ୍ରେମୀ ଜଗନ୍ନାଥ ରାଉତ ଙ୍କ ଗତ ରାତି 8 ଟା 30 ମି ସମୟରେ 75 ବର୍ଷ ବୟସରେ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି l ସେ ଜଣେ ଭଗବତ ପ୍ରେମୀ ତଥା ଗାୟକ ଓ ବାଦକ ଥିଲେ l ସେ କରମସାନି ତଥା ଭାଗବତ ମେଳାରେ ଏକା ସଙ୍ଗରେ ଉଚ୍ଚ କୋଟିର ସଂଗୀତ ଏବଂ ମୃଦୁଙ୍ଗ ପରିବେଷଣ କରି ବେଶ ପ୍ରଶଂସାର ପାତ୍ର ଥିଲେ l ସେ ଆକାଶବାଣୀ ଶ୍ରୋତାସଂଘର ବାର୍ଷିକ ଶ୍ରୋତା ସମ୍ବିଳନୀ ରେ ଅନେକ ଥର ତାଙ୍କର ସୁମଧୁର କଣ୍ଠରେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରି ସମ୍ବିଳନୀ ର ଶୋଭାବର୍ଧନ କରୁଥିଲେ l ସେ ଭଟଲି ମା ବୀଣାପାଣୀ କଳାକାର ସଂଘ ର ଜଣେ ବରିଷ୍ଠ ସଦସ୍ୟ ରହି ଅନେକ ସଙ୍ଘ ଦ୍ୱାରା ସମ୍ବାନୀତ ତଥା ସମ୍ବର୍ଦ୍ଧିତ ହୋଇଥିଲେ l ତାଙ୍କର ଦୁଇଟି ପୁତ୍ର ତଥା ଏକ ମାତ୍ର ଝିଅ ଏବଂ ନାତି ନାତୁଣୀ ଙ୍କୁ ଛାଡି ଚାଲିଯାଇଛନ୍ତି l ସେ ରେଡ଼ିଓକୁ ଜୀବନର ସାଥି କରି କେବଳ ଆକାଶବାଣୀ ସମ୍ବଲପୁର କାର୍ଯ୍ୟକ୍ରମ ଶୁଣି ଅନେକ ଲୋକଙ୍କୁ ତାଜା ଖବର ଜଣାଉଥିଲେ l ଆଜି ଆକାଶବାଣୀ ଶ୍ରୋତାସଂଘ ବରଗଡ ତାର ଜଣେ ସୁମଧୁର କଣ୍ଠଶିଳ୍ପୀ ତଥା ଜଣେ ରେଡ଼ିଓ ପ୍ରେମୀ କୁ ହରାଇ ଦୁଃଖିତ ଏବଂ ମର୍ମାହତ l ତାଙ୍କର ଅମର ଆତ୍ମା ସତଗତି ନିମନ୍ତେ ଶ୍ରୋତାସଂଘ ବରଗଡ ତରଫରୁ ଗଭୀର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି l ସେ ଜଣେ ପରୋପକାରୀ ବ୍ୟକ୍ତି ଥିବାରୁ ଅଂଚଳରେ ଶୋକର ଛାୟା ଖେଳିଯାଇଛି l

May 21, 2026/
No Comments


