ସାମଗ୍ରୀ ଗୁଡିକର ପୂର୍ବ ନିର୍ଧାରିତ ମୂଲ୍ୟ ଏମ ଆର ପି କୁ ରଦ୍ଧ କରି ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାମଗ୍ରୀ ବିକ୍ରି ପାଇଁ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ର ଦାବି।
ଭବାନୀପାଟଣା (ଜାଗ୍ରତ ଭାରତ)
ଦିନକୁ ଦିନ ସାମଗ୍ରୀ ଗୁଡିକର ଅହେତୁକ ଦର ଦାମ ବୃଦ୍ଧି ପାଇବାରେ ଲାଗିଛି, ଆଉ ନିୟନ୍ତ୍ରଣ ରେ ରହୁ ନାହିଁ ଦର ଦାମ।ସେ ନିତ୍ୟ ସାମଗ୍ରୀ ବା ନିତ୍ୟ ବ୍ୟବହାରିକ ସାମଗ୍ରୀ ହେଉ ଅବା ଘରକାରଣ ସବୁ ଥିରେ ସାମଗ୍ରି ପ୍ରସ୍ତୁତକାରି କମ୍ପାନୀ ମନଇଛା ତାର ବିକ୍ରିଦର ନିର୍ଧାରଣ କରି ଏମ ଆର ପି ଲଗାଇ ବିକ୍ରି ପାଇଁ ନିର୍ଦେଶ ଦେଉଛି। ପୁଣି ସେତିକି ନୁହେଁ ଦୋକାନୀ ମାନେ ମଧ୍ୟ ଏମ ର ପି ଉପରେ ତାଙ୍କର ଲୋକାଲ ଟାକ୍ସ ମଧ୍ୟ ଲଗାଇ ବିକ୍ରି କରୁଥିବା ନଜରକୁ ଆସୁଛି। ଏଥିପାଇଁ ଗ୍ରାହକଟୀ ସବୁବେଳେ ଠକାମୀର ଶିକାର ହେବା ସହ ତାର ମୁଣ୍ଡଉପରେ ଆର୍ଥିକ ବୋଝ ଲଦି ହେବା ଦ୍ୱାରା ସେ ମାନସିକ ଚାପ ମଧ୍ୟରେ ପରିବାର ପ୍ରତିପୋଷଣ କରୁଛି। ଏସବୁ ସାମଗ୍ରୀ ଉପରେ ସରକାରୀ ଧାର୍ଯ୍ୟ ନିୟମ ମଧ୍ୟ ନିୟନ୍ତ୍ରଣା ଧୀନ ନାହିଁ । ଏହି ମନ ଇଛା ପ୍ରାୟୋଜିତ ଦର ଦାମ ର ଅହେତୁକ ବୁଦ୍ଧି ତଥା ଗ୍ରାହକ ମାନଙ୍କ ସ୍ଵାର୍ଥ୍ୟ ଦୃଷ୍ଟିରୁ ସାମଗ୍ରୀ ଗୁଡିକର ଏମ ଆର ପି ରଦ୍ଦ କରି ସରକାରୀ ଧାର୍ଯ୍ୟ ଏବଂ ନିୟମ ମୁତାବକ ପଦାର୍ଥର ମୂଲ୍ୟ ନିରୂପଣ କରି ବିକ୍ରି କରିବା ପାଇଁ ଅକ୍ଷୀଳ ଭାରତୀୟ ଗ୍ରାହକ ପଞ୍ଚାୟତ ଦ୍ୱାରା କେନ୍ଦ୍ରସରକାରଙ୍କ ଉଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳ ଶ୍ରୀଯୁକ୍ତ ପାୱାର ସଚିନ ପ୍ରକାଶ ଙ୍କୁ ଗତ ବୁଦ୍ଧବାର ଦିନ ଦାବି ପତ୍ର ପ୍ରଦାନ କରାଯାଇଥିଲା।
ଖାଉଟି ର ସ୍ୱାର୍ଥ କୁ ଦୃଷ୍ଟିରେ ରଖି ଜନତା ଙ୍କ ହିତ ଏବଂ ସ୍ୱାର୍ଥ ସାଧନ ନିମନ୍ତେ ଜରୁରୀ ପଦକ୍ଷେପ ନେବାକୁ ସଂଗଠନ ଦୃଢ଼ ଦାବିକରୁଛି। ଉକ୍ତ କାର୍ଯ୍ୟକ୍ରମ ରେ ପଶ୍ଚିମ ପ୍ରାନ୍ତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ସୁଶୀଲ କୁମାର ପଣ୍ଡା ଙ୍କ ନେତୃତ୍ୱ ରେ କଳାହାଣ୍ଡି ଜିଲ୍ଲା ସଂଯୋଜକ ଦୁଷ୍ମନ୍ତ ପଣ୍ଡା ଅଧିବକ୍ତା ସହ ସଂଯୋଜନା କୁର୍ତ୍ତିବାସ ମୁଣ୍ଡ ଅଧିବକ୍ତା ରଘୁନାଥ ପୂଝରୀ ମଧୁବାବା ଓ ଜୁନାଗଡ଼, ଜୟପାଟଣା,ଗୋଲାମୁଣ୍ଡା ଏବଂ କଳମପୁର ବ୍ଲକ ସଂଯୋଜକ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ରେ ସାମିଲ ହୋଇ ଏଣିକି ପ୍ରତ୍ୟକ ବ୍ଲକରେ କାର୍ଯ୍ୟକ୍ରମ କରିବାର ନିଷ୍ପତି ନେଇଥିଲେ।



