ଆକ୍ସନ ମୋଡ଼ରେ ଏନ ଟିପିସି ଆଇ ଆଇ ସି ସଂଯୁକ୍ତା ଖିଲାର ଦମନ ହେବ ନିଶା,ଜୁଆ,ଚୋରା ବ୍ୟବସାୟ

ଅନୁଗୋଳ ଜିଲ୍ଲା କଣିହାଁ ସ୍ଥିତ ଏନଟିପିସି ଟାଉନ ଥାନା ପୋଲିସର ଗମ୍ଭାରୀଡିହ ଗ୍ରାମ ନିକଟରେ ଜୁଆ ଆଡ୍ଡାରେ ଚଢାଉ ୨ଜଣ ଯୁବକ ଅଟକ ସମେତ ୧୬ ହଜାର ଟଙ୍କା ଓ ସ୍କୁଟି ଜବତ। ସୂଚନା ଯେ, ବିଶେଷ ସୂତ୍ରରୁ ଖବରପାଇ ଏନଟିପିସି ଆଇଆଇସି ସଂଯୁକ୍ତା ଖିଲାର ଓ ପୋଲିସ ଟିମ୍ ଅତର୍କିତ ଚଢ଼ାଉ କରିଥିଲେ I ଜୁଆ ଆଡ୍ଡାରୁ ୧୬ ହଜାର ୭୦୦ ଟଙ୍କା ସହ ଏକ ସ୍କୁଟି ଗାଡି,ତାସ୍ କାର୍ଡ ଜୁଆରେ ବ୍ୟବହାର ଆଦି ସାମଗ୍ରୀ ସହ ୨ ଜଣ ଯୁବକଙ୍କୁ ଅଟକ ରଖି ପୋଲିସ ଛାନଭିନ୍ ଚଳାଇଛି I ଅନ୍ୟପକ୍ଷରେ ଆଇଆଇସି ସଂଯୁକ୍ତା ଖିଲାର ଏନଚିପିସି ଟାଉନ ଥାନାରେ ଯୋଗଦେବା ଠାରୁ ଚୋରା ମଦ,କରେକ୍ସ ଆଦି ନିଶାଦ୍ରବ୍ୟ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନାରୀମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାରକୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରି ଅଞ୍ଚଳରେ ଚର୍ଚ୍ଚିତ ଚେହେରା ପାଲଟିଥିବା ବେଳେ ଜନସାଧାରଣଙ୍କ ପ୍ରସଂଶା ର ପାତ୍ର ହୋଇପାରିଛନ୍ତି I କଣିହାଁ ରୁ ସୁନୀଲ କୁମାର ସାମଲ ଙ୍କ ରିପୋର୍ଟ,



