ସେଲଫି ନେବା ପଡିଲା ମହଙ୍ଗା । ଟ୍ରେନ ଉପରେ ସେଲଫି ନେବା ବେଳେ କରେଣ୍ଟ ଲାଗି ରେଳ ଷ୍ଟେସନକୁ ଛିଟିକିପଡ଼ିଲେ ଛାତ୍ର । ମଞ୍ଚେଶ୍ୱର ରେଳ ଷ୍ଟେସନରୁ ଛାତ୍ରଙ୍କୁ ଉଦ୍ଧାର କରାଯାଇ ଏମ୍ସରେ ଭର୍ତ୍ତି କରାଯାଇଛି । ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ମାଲବାହି ଟ୍ରେନ ଉପରେ ସେଲଫି ନେଉଥିବା ବେଳେ ଘଟିଛି ଅଘଟଣ । ଛାତ୍ର ଜଣଙ୍କ ରାଜସ୍ଥାନ ରାଜ କୁମାର ।
ଆଜିକାଲିର ଯୁବପିଢ଼ିଙ୍କୁ ଲାଗିଛି ସେଲଫି ନିଶା। ଜାଣିଶୁଣି ନିଜ ଜୀବନକୁ ବାଜି ଲଗାଉଛନ୍ତି । ଯେଉଁ ସ୍ପଟକୁ ଗଲେ କେହି ନା କେହି ନିଶ୍ଚୟ ସେଲଫି ନେବାରେ ବ୍ୟସ୍ତ ଥିବେ । ଭଲ ସ୍ଥାନ ହେଉ କିମ୍ବା ଖରାପ, ସେହି ସମୟରେ ସେ କିଛି ମାନିନଥାନ୍ତି । କେହି କେହି ପାଣି ଭିତରେ ପସି ସେଲଫି ନେଉଛନ୍ତି ତ ଆଉ କେହି ପାହାଡ ଉପରେ କିମ୍ବା ଟ୍ରେନ୍ ଉପରେ ଚଢ଼ି ସେଲଫି ନେଉଛନ୍ତି । ଜାଣିଣୁଣି ନିଜ ମରଣକୁ ଡାକି ଆଣୁଛନ୍ତି ।



